ହଷ୍ଟେଲ ଛାତରୁ ଡେଇଁ IIT ଛାତ୍ରୀଙ୍କ ମୃତ୍ୟୁ


ଭୁବନେଶ୍ବର: ଭୁବନେଶ୍ୱର IIT କ୍ୟାମ୍ପସ ଛାତରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ । ମୃତା ଛାତ୍ରୀଙ୍କ ଘର ଦିଲ୍ଲୀରେ । ସେ ବି.ଟେକ୍ ତୃତୀୟ ବର୍ଷରେ ପଢ଼ୁଥିଲେ । 

ଗତକାଲି ରାତି ପ୍ରାୟ ୧୧ଟା ସମୟରେ IIT କ୍ୟାମ୍ପସ ଭିତରେ ଥିବା ହଷ୍ଟେଲ ନିକଟରେ ଜୋରରେ ଶବ୍ଦ ହୋଇଥିଲା । ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ଅଧିକାରୀ ଦେଖିଲା ବେଳକୁ ଛାତ୍ରୀ ଜଣଙ୍କ ତଳେ ପଡ଼ିଥିଲେ । ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଛାତ୍ରୀ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ, ଏହା ପଛରେ କ’ଣ କାରଣ ରହିଛି ତାହା ଜଣାପଡ଼ିନାହିଁ । ଘଟଣା ବିଷୟରେ ପୋଲିସ ପରିବାର ଲୋକଙ୍କୁ ଖବର ଦେଇଛି । ଛାତ୍ରୀଙ୍କ ପରିବାର ଲୋକେ ଦିଲ୍ଲୀରୁ ଆସୁଥିବା ଜଣାଯାଇଛି । ଅନ୍ୟ ପକ୍ଷରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କ୍ୟାମ୍ପସ ପରିସରରେ ପଚରାଉଚରା କରୁଛି ।