ଶୋଭନୀୟ ସ୍କୁଲରେ ଗୁରୁ ଦିବସ: ଭଗବାନଙ୍କ ନିକଟରେ ପହଁଚିବାର ମାର୍ଗ ହେଉଛ୍ତି ଗୁରୁ


ସମ୍ବଲପୁର:ଗୁରୁ ହିଁ ଏକମାତ୍ର ବ୍ୟକ୍ତି ଯିଏ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନ ରୂପକ ଆଲୋକ ପ୍ରଦାନ କରନ୍ତି । ଭଗବାନଙ୍କ ନିକଟରେ ପହଁଚିବାର ମାର୍ଗ ହେଉଛ୍ତି ଗୁରୁ । କେବେ ଆକଟ ଭରା କଠୋର ଅନୁଶାସନ ତ କେବେ ଉତ୍ସାବପ୍ରଦ ପ୍ରେରଣା ଦେଇ ଜୀବନରେ ଆଗକୁ ବଢିବାର ବାଟ ଦେଖାନ୍ତି ଗୁରୁ ବା ଶିକ୍ଷକ । ଗୁରୁଙ୍କ ପ୍ରତି ସମ୍ମାନ ଓ ଭକ୍ତି ପ୍ରଦର୍ଶନ ପର୍ବ ଗୁରୁ ଦିବସ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଅବସରରେ ଆଜି ପୁଟିବନ୍ଦ ସ୍ଥିତ ଶୋଭନୀୟ ସ୍କୁଲରେ ଗୁରୁ ଦିବସ ପାଳନ ବକ୍ତା ମାନେ କହିଛନ୍ତି ।
ସ୍କୁଲର ପ୍ରଧାନ ଆଚର୍ଯ୍ୟ ଅକ୍ଷୟ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରାଧ୍ୟାପକ ସରୋଜ କୁମାର ପଣ୍ଡା ମୁଖ୍ୟଅତିଥି, ପ୍ରାଧ୍ୟାପକ ଶାନ୍ତନୁ ପ୍ରଧାନ ମୁଖ୍ୟବକ୍ତା ଓ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଡ଼ା. ରାଜାରାମ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୁରୁ ଦିବସର ତାତ୍ପର୍ଯ୍ୟ ଉପରେ ଶିକ୍ଷାର୍ଥୀ ଙ୍କୁ ବୁଝାଇ ଥିଲେl ପ୍ରାରମ୍ଭରେ ଡ଼ଃ. ସର୍ବପଲ୍ଲୀ ଓ କୁମର ଭାଇଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ଜଳନ କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଏହି ଅବସରରେ ଶିକ୍ଷାର୍ଥୀ ମାନେ ମଧ୍ୟ୍ୟ ସର୍ବପଲ୍ଲୀଙ୍କ ଉପରେ ବକ୍ତବ୍ୟ ରଖିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଏଥିରେ ସ୍କୁଲର ଗୁରୁଜୀ ଓ ଗୁରୁମା ମାନେ ପରିଚାଳନାରେ ସହଯୋଗ କରିଥିଲେ l