Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଇଣ୍ଡିଆ ବୁକ ଅଫ୍ ରେକର୍ଡ ରେ ସ୍ଥାନ ପାଇଲେ ଅଢେଇ ବର୍ଷର ଅରମାନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ବୟସ ମାତ୍ର ୨ ବର୍ଷ ୬ ମାସ। ଖନି ବାଜୁଛି କିନ୍ତୁ ମୁଁହରେ ମହାପ୍ରଭୁଙ୍କ ଶ୍ଳୋକ। ପଶୁପକ୍ଷୀ, ଯାନ ଯାନବାହାନ, ଜାତୀୟ ସଂକେତ ବିଭିନ୍ନ ରଙ୍ଗ, ଆକୃତି, ଶରୀରର ଅଙ୍ଗ ପ୍ରତ୍ୟଙ୍ଗ, ଦେବା ଦେବୀଙ୍କ ନାମ, ସପ୍ତାହ ଏବଂ ମାସ ମାନଙ୍କର ନାମ ଏସବୁକୁ ଇଂରାଜୀରେ କହି ମନ ମୋହି ନେଉଛନ୍ତି ଅରମାନ। ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ (ଗଧାପାଲି ) ଗ୍ରାମର କ୍ରୀଷ୍ଣାରାଣୀ ପଧାନ ଓ ବାପା ରତନ ବିଶ୍ୱାଳଙ୍କ ଅଢେଇ ବର୍ଷର ପୁଅ ଅରମାନ ବିଶ୍ୱାଳ। ଅରମାନ ତା’ ର ଏଇ କଅଁଳ ବୟସରେ ର ଖାଲି ବାପା ମା କି ପରିବାର ନୁହେଁ ପୁରା ଅଞ୍ଚଳ ପାଇଁ ଗୌରବ ଆଣି ଦେଉଛି, ଇଣ୍ଡିଆ ବ୍ଳକ ଅଫ ରେକର୍ଡ ଅର୍ଜନ କରିଛି ଅରମାନ। ଏହି ରେକର୍ଡର ‌ ମହତ୍ତ୍ବକୁ ବୁଝୁ ନ ଥିବା ଅରମାନ ଆଜି ବଢାଇ ଦେଇଛି ତା’ ର ମା ବାପା ଙ୍କ ଗୁରୁତ୍ବ। ମାତ୍ର ୮/୯ ମାସରେ କଥା କହିବାର ଆରମ୍ଭ କରିଥିଲେ ଅରମାନ। ଏବଂ ୨୧ ମାସରେ ସ୍ପଷ୍ଟ ଭାବରେ କିଛି କିଛି ବାକ୍ୟ ଉଚାରଣ କରିଥିଲେ। ଏହା ସହ ତାର ବିଚକ୍ଷତା ସ୍ମରଣ ଶକ୍ତିକୁ ଦେଖ୍ ପୁରା ପରିବାର ବହୁତ ଖୁସି ହୋଇଥିଲେ। ଏହା ପରେ ମା କ୍ରୀଷ୍ଣା ଅରମାନ ର ସଠିକ ଯତ୍ନ ନେବା ସହ ଉଚିତ ଶିକ୍ଷା ଦେବା ଆରମ୍ଭ କରିଥିଲେ। ବିଭିନ୍ନ ବହି, ଖେଳଣା ଏବଂ ଜିନିଷ ପତ୍ର କିଣି ଅରମାନ ପାଇଁ ଉପଯୋଗ କରିଥିଲେ। ଅରମାନ ମଧ୍ୟ ତାଙ୍କ ମା ଠାରୁ ଶିକ୍ଷା ଲାଭ କରି ଇଣ୍ଡିଆ ବୁକ ଅଫ୍ ବୁକ ରେକର୍ଡରେ ଅଧିକାରୀ ହୋଇ ପାରିଛନ୍ତି। ଅରମାନର ଏହି ସଫଳତାରେ ବାପା ମା ପରିବାରରେ ବନ୍ଧୁବାନ୍ଧବ ସମେତ ସମଗ୍ର ଅଞ୍ଚଳରେ ଖୁସିର ମାହୋଲ ଖେଳି ଯାଇଥିବା ବେଳେ ତାର ଉଜ୍ଜ୍ଵଳ ବଭିଷ୍ୟତ କାମନା କରିଛନ୍ତି। ତେବେ ଆଗକୁ ପୁଅ ଅରମାନ କୁ ମା କ୍ରୀଷ୍ଣା ଅଧିକ ଶିକ୍ଷାଦେଇ ଆହୁରି ରେକର୍ଡ ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ।