Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସନ୍ଥକବି ଭୀମ ଭୋଇ ଏକାଡେମୀର ପ୍ରତିଷ୍ଠା ଦିବସ

ସମ୍ବଲପୁର: ସ୍ଥାନୀୟ ପଞ୍ଚଖଣ୍ଡା ଇନ୍‌ଡୋର ଷ୍ଟାଡିୟମରେ ଗୁରୁବାର ସନ୍ଥକବି ଭୀମ ଭୋଇ ଏକାଡେମୀର ପ୍ରଥମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ଏକାଡେମୀର ଅଧ୍ୟକ୍ଷ ମୁରଲୀଧର ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକୁ ବ୍ରହ୍ମ ଅବଧୂତ ବାବା ଆନନ୍ଦ ଚନ୍ଦ୍ର ଦାସ ଉଦ୍‌ଘାଟନ କରି ଗୁରୁ ମହିମା ସ୍ବାମୀ ଓ ଶିଷ୍ୟ ଭୀମ ଭୋଇଙ୍କ ପ୍ରସଙ୍ଗ ଆଲୋଚନା କରିଥିଲେ। ଏହି ସଭାରେ ରେଢ଼​ାଖୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ସନ୍ଥକବି ଭୀମ ଭୋଇଙ୍କୁ ନେଇ ରେଢ଼ାଖୋଲ ମାଟି ଗର୍ବିତ। ସେ ଆମ ପରିଚୟ। ତେଣୁ ଏଠାରେ ସନ୍ଥକବିଙ୍କ ବିରାଟ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ମତ ରଖିଥିଲେ। ଆୟକର ବିଭାଗର ଅବସରପ୍ରାପ୍ତ ଅଧିକାରୀ ରାଧାକାନ୍ତ ସେଠ୍‌ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସନ୍ଥକବିଙ୍କ ସାହିତ୍ୟ କୃତି ଉପରେ ଆଲୋଚନା କରିଥିଲେ। ବିଶେଷ କରି କବିଙ୍କ ଭଜନମାଳା ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ କବି କନ୍ଦର୍ପ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହାବୀର ସିଂଦେଓ ଧନ୍ୟବାଦ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ରଂଜିତ ଦେହୁରୀ ସଭାକୁ ସଂଯୋଜନା କରିଥିଲେ। ଏଥିରେ ହିମାଂଶୁ ଶେଖର ପ୍ରଧାନ, ଆଦିକନ୍ଦ ପ୍ରଧାନ, ପୂର୍ବ ସରପଞ୍ଚ ​ସନ୍ତୋଷ ମିର୍ଦ୍ଧା, ଅବସରପ୍ରାପ୍ତ ଶିକ୍ଷକ କନ୍ଦର୍ପ ସାହୁ, ପୂର୍ବ କାଉନସିଲର ଲକ୍ଷ୍ମଣ ପ୍ରଧାନ, ରୋହିଣୀ ନାୟକ, ବାସୁଦେବ ପୃଷେଠ୍‌, ଲିପକ ଖିଲାରୀ, ଅଜୟ ଭିତିରିଆ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ