Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୁରୁ ଦିବସ ପାଳନ

ସମ୍ବଲପୁର:ଗୁରୁବାର ପବିତ୍ର ଗୁରୁଦିବସ ଉପଲକ୍ଷେ ସ୍ଥାନୀୟ ମ୍ୟୁନିସିପାଲଟି ଛକ ନିକଟସ୍ଥ ସାମ୍ବାଦିକ ଭବନ ଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୁରୁ ଦିବସ ପାଳନ ହୋଇଯାଇଛି !ଏହି ଅବସରରେ ଦିଲୀପ କୁମାର ତ୍ରିପାଠୀ ମୁଖ୍ୟ ଅତିଥି,ଶ୍ରୀ ସଞ୍ଜୟ କୁମାର ବାବୁ ସଂମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ ଓ ଶିକ୍ଷକସମାଜ ତଥା ଛାତ୍ର ଛାତ୍ରୀଙ୍କ ଗୁଣାତ୍ମକ ବିକାଶ ଉପରେ ତାଙ୍କର ସୁଚିନ୍ତିତ ମତାମତ ରଖିଥିଲେ ! ପ୍ରାଥମିକ ଶିକ୍ଷକ ସଂଘର ସଂଯୋଜକ ଶ୍ରୀମତୀ ଝରଣା ହରିପାଳ ପରିଚୟ ପ୍ରଦାନ ସହ ଗୁରୁଦିବସର ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ !ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀମତୀ ଜୋସ୍ନାମୟୀ ଦାଶ ସଭା ପରିଚାଳନା କରିଥିବା ବେଳେ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବବୃବାହନ ଭୋଇ ଗୁରୁଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ ! ପରେ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସମ୍ବଲପୁର ତରଫରୁ ବିଭିନ୍ନ କ୍ଷେତ୍ରରେ ସମାଜରେ କାର୍ଯ୍ୟରତ ଥିବା ସମାଜ ସେବକ ଅମର ତାଣ୍ଡିଆ ଓ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀମତୀ ରଞ୍ଜୁରାଣୀ ପଟ୍ଟନାୟକ,ସନ୍ତୋଷ କୁମାର ପ୍ରଧାନ ଓ ଲଳେନ୍ଦୁ ସାହୁଙ୍କୁ ସଂଘ ପକ୍ଷରୁ ସଂମ୍ମାନୀତ କରାଯାଇଥିଲା !!

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ