Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମଲେଶ୍ୱରୀ ଯୁବକ ସଂଘର ନୁଆଁଖାଇ ଭେଟଘାଟ

ସମ୍ବଲପୁର:ସମ୍ବଲପୁରରେ ‘ସମଲେଶ୍ୱରୀ ଯୁବକ ସଂଘ’ ଦ୍ୱାରା ଆୟୋଜିତହୋଇଯାଇଛି ନୂଆଁଖାଇ ଭେଟଘାଟ l କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ନୁଆଁଖାଇର ଏହି ମହାମିଳନ ପର୍ବ ଦେଶ ଓ ଜାତି ପାଇଁ ସଂହତି ଏକ ବାର୍ତ୍ତା ବୋଲି କହିଛନ୍ତି l ଅନ୍ୟତମ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ,ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ପ୍ରମୁଖ ଏହି ମନୋରମ ଭେଟଘାଟ ଉତ୍ସବରେ ଯୋଗଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l