ବିଧାନସଭାରେ ଆଜି ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍


ଭୁବନେଶ୍ବର: ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ସବୁ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବା ପରେ ବ୍ୟୟ ମଞ୍ଜୁରୀ ବିଲକୁ ଗୃହରେ ପାରିତ କରାଯିବ । ପଞ୍ଚାତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରଶ୍ନକାଳ ରହିଛି ।

ଶୂନ୍ୟକାଳରେ ଚିକିଟି ମଦ ମୃତ୍ୟୁ, ଢେଙ୍କାନାଳ ଗଣଦୁଷ୍କର୍ମ, ସୁଭଦ୍ରା, ଆଇନ ଶୃଙ୍ଖଳା, ରେଭେନ୍ସା ନାମ ପରିବର୍ତ୍ତନ ପ୍ରସ୍ତାବ, ଖଣିଜ ସମ୍ପଦର କୁବିନିଯୋଗ ଆଦି ପ୍ରସଙ୍ଗକୁ ଉଠାଇ ସରକାରଙ୍କୁ ଘେରିବେ ବିରୋଧୀ । ସେହିପରି ବ୍ୟୟ ମଞ୍ଜୁରୀ ଆଲୋଚନା ସମୟରେ ତିନି ମାସର ମୋହନ ସରକାର ପ୍ରତିଶ୍ରୁତି ଦେଇ କିପରି ରାଜ୍ୟବାସୀଙ୍କୁ ପ୍ରତାରିତ କରିଛନ୍ତି, ସେ ପ୍ରସଙ୍ଗ ଉଠାଇବେ ବିରୋଧୀ ବିଜେଡି ଓ କଂଗ୍ରେସ। ଶାସକ ଦଳ ମଧ୍ୟ ତିନି ମାସର ସରକାରଙ୍କ ସଫଳତାର କଥାକୁ ଗୃହରେ ଉଠାଇବ ।