Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଲୁ ଆକ୍ରମଣ ରେ ବୃଦ୍ଧ ଗୁରୁତର।

କଳାହାଣ୍ଡି:୧୨/୦୯
କଳାହାଣ୍ଡି ଜିଲ୍ଲା କୋକସରା ଫରେଷ୍ଟ ସେକ୍ସନ ଅଧିନ ରେ ଥିବା କନ୍ଦାବୁଟ୍ରା ଗ୍ରାମ ର ଜଣେ ବୃଦ୍ଧ ପୂର୍ଣ୍ଣଚନ୍ଦ୍ର ମାଝୀ(୬୦) ଭାଲୁ ଆକ୍ରମଣ ର ଶିକାର ହୋଇ ଗୁରୁତର ହୋଇଛନ୍ତି। ଆଜି ସକାଳୁ ସେ ଗାଁ ନିକଟରେ ଥିବା ନିଜ ଚାଷଜମି କୁ ଯାଉଥିବା ବେଳେ କେନାଲ ନିକଟରେ ଦୁଇ ଗୋଟି ଭାଲୁ ହଠାତ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ବୃଦ୍ଧ ଙ୍କ ଚିତ୍କାର ଶୁଣି କିଛି ଲୋକେ ଆସି ଭାଲୁ ହାବୁଡ଼ ରୁ ବୃଦ୍ଧ ଙ୍କୁ ଉଦ୍ଧାର କରିଥିଲେ,ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ଥିବାରୁ ଗୁରୁତର ଙ୍କୁ ଭବାନୀପାଟଣା ଜିଲ୍ଲା ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ତେବେ ପରିବାର ଲୋକେ କୋକସରା ଫରେଷ୍ଟ କର୍ମଚାରୀ ଙ୍କୁ ଖବର ଦେବାପରେ ମଧ୍ୟ କୌଣସି କର୍ମଚାରୀ ପହଞ୍ଚି ନଥିଲେ। ଏନେଇ କୋକସରା ଫରେଷ୍ଟର ରଶ୍ମି ରଞ୍ଜିତା ନାଏକ ଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଫୋନ କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ରଖି ନଥିଲେ। ଜଣେ ଫରେଷ୍ଟ କର୍ମଚାରୀ ଙ୍କ ଏହିଭଳି ଦାଇତ୍ୱ ହୀନତା କୁ ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ କରିଛନ୍ତି।