କ୍ୟାପିଟାଲ ସିଟି ଦିଲ୍ଲୀରେ ଗ୍ୟାଙ୍ଗ ଓ୍ବାର, ଯୁବକଙ୍କ ଉପରକୁ ଆଖିବୁଜା ଗୁଳି ମାଡ଼


ନୂଆଦିଲ୍ଲୀ: ରାଜଧାନର ଦିଲ୍ଲୀର ଏକ ଜିମ୍ ଆଗରେ ଆଖିବୁଜା ଗୁଳି ମାଡ଼ । ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ । ରାସ୍ତାକଡ଼ରେ ଛିଡ଼ା ହୋଇ କଥା ହେଉଥିବା ସମୟରେ ଜଣେ ବ୍ୟକ୍ତି ଆସି ଯୁବକ ଜଣଙ୍କ ଉପରେ ଗୁଳିମାଡ଼ କରିଥିଲେ । ଗ୍ୟାଙ୍ଗ୍ ୱାର କାରଣରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ନାଦିର ଶାହ ନାମକ ଜଣେ ବ୍ୟକ୍ତିଙ୍କୁ ୧୧ ରାଉଣ୍ଡ ଗୁଳି ମାରିଛି । ଏଥିରୁ ୮ଟି ଗୁଳି ତାଙ୍କ ଦେହରେ ବାଜିଥିଲା । ଫଳରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ହତ୍ୟାକାଣ୍ଡ ପାଇଁ ଗ୍ୟଙ୍ଗଷ୍ଟର ରୋହିତ ଗୋଦରା ନିଜକୁ ଦାୟୀ କରିଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜକୁ ଦାୟୀ କରିଛି ରୋହିତ ଗୋଦରା । ସେ ଗୋଲ୍ଡି ବ୍ରାର ଏବଂ ଲୋରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସହଯୋଗୀ । ଗୋଦରା ମଧ୍ୟ କାନାଡାରେ ପଞ୍ଜାବୀ ଗାୟକ ଏ.ପି. ଧିଲନଙ୍କ ଘରେ ହୋଇଥିବା ଗୁଳିମାଡ଼ ପାଇଁ ନିଜକୁ ଦାୟୀ କରିଥିଲା ।
ଦିଲ୍ଲୀରେ ଘଟିଥିବା ଗୁଳିକାଣ୍ଡ ସମୟର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ, ନାଦିର ଏକ ବ୍ଲାକ୍ ସିୟୁଭି କାର୍ ନିକଟରେ ଛିଡ଼ା ହୋଇ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି । ଏହି ସମୟରେ ହଠାତ୍ ଜଣେ ଯୁବକ ଆସି ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରି ବାଇକରେ ଚାଲି ଯାଉଛନ୍ତି ।