Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାଶକୁଦାକୁ ଏକ ଜାତୀୟ ସ୍ମାରକୀ ନିର୍ମାଣ ପାଇଁ ପ୍ରସ୍ତାବ

ସମ୍ବଲପୁର: ଫାଶୀକୁଦର ଐତିହ୍ୟ ଖୁବ ପ୍ରାଚିନ। ଗୋବିନ୍ଦତୋଳାର ଏହି ଲୋମହର୍ଷଣକାରିଜାତୀୟ ସ୍ମାରକୀର ମାନ୍ୟତା ଖୋଜୁଛି।ଏହି ବିଷୟକୁ ନେଇ ପୂର୍ବତନ ଏସଡିଏ ଅଧ୍ୟକ୍ଷ ତଥା ଭାଜପାର ପୂର୍ବତନ ଯୁବ ରାଜ୍ୟ ସଭାପତି ଜୟବ୍ରତ ଦେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଛନ୍ତି। ସେ କହିଛନ୍ତି
ଯେହେତୁ ଚାଉଁରପୁର ପାଖରେ ସେତୁ ରହିଛି।ତେଣୁ ତାପଛରେ ଵ୍ୟାରେଜ ନିର୍ମାଣ ନକରି ତା ଆଗରେ ଜିଲ୍ଲାପାଳଙ୍କ ଆବାସ ନିକଟ ଫାସକୁଦା ପାଖରେ ଵ୍ୟାରେଜ୍ ନିର୍ମାଣ କରାଯାଉ। ଏହାଫଳରେ ବିସ୍ତିର୍ଣ୍ଣ ଅଞ୍ଚଳରେ ପାଣି ରହିପାରିବ । ସଂଲଗ୍ନ ଉପନଦୀ ହରଡଯୋରର ପାଣି ମଧ୍ୟ ପଶି ଗୋବିନ୍ଦତୋଳା ଓ ପୁଟିବନ୍ଧ ଅଞ୍ଚଳକୁ ବୁଡ଼ାଇ ଦିଏ। ତେଣୁ ଏହାର ହିଡରେ କାନ୍ଥ ନିର୍ମାଣ ସହ ଫାସକୁଦାରେ ଏକ ବ୍ଯାରେଜ ସହ ବ୍ରିଜ ତିଆରି କଲେ ତାହା ବନ୍ୟା ନିୟନ୍ତ୍ରଣ ଓ ବ୍ୟାପକ ଅଞ୍ଚଳରେ ଜଳ ସେଚନ ତଥା ପାନୀୟ ଜଳ ପାଇଁ ସୁବିଧା ହେବ ।‌ ଏହି ବ୍ରିଜ ସ୍ୱତନ୍ତ୍ରତା ସଂଗ୍ରାମର ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଫାଶକୁଦ ଯେଉଁଠି ମହାନ ବିପ୍ଳବୀ ଯୋଦ୍ଧା ଶହିଦ ମାଧୋ ସିଂ ସମେତ ବୀର ସୁରେନ୍ଦ୍ର ସାଏଙ୍କ ଅନେକ ଅନୁଗାମୀଙ୍କୁ ଏଠାରେ ଫାଶୀ ଦିଆଯାଇଛି।ଏହି ପରିପ୍ରେକ୍ଷୀରେ ଫାସକୁଦାକୁ ଏକ ରାଷ୍ଟ୍ରୀୟ ସ୍ମାରକୀ ଘୋଷଣା କରାଯାଉ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଏହି ଦାବି ରଖିଛନ୍ତି।ଏହାକୁ ବାରମ୍ବାର ଦାବି ଉଠୁଥିଲେ ବି କୌଣସି ସରକାର ଏଦିଗରେ ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ମଧ୍ୟ୍ୟ ପ୍ରକାଶ ପାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ