ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ


ଗୁଡ଼ାରୀ: ଗୁଡାରୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଗୁଡ଼ାରୀ ଏନ୍ଏସି ଅଧ୍ୟକ୍ଷା ସରମିତା ଶବରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବୈଠକରେ ଗୁଡ଼ାରୀ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା , ସମସ୍ତ କର୍ମଚାରୀ, ଉପାଧ୍ୟକ୍ଷ ବାରାଟାମ ଓଗେଶ୍ୱର ରାଓ, ୱାର୍ଡମେମ୍ବରମାନେ ଉପସ୍ଥିତ ଥିଲେ l ଏହି ବୈଠକରେ ଗୁଡ଼ାରୀ ଏନ୍ ଏ ସି ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା l ୧୨ ଗୋଟି ପ୍ରକଳ୍ପକୁ ପ୍ରାୟ ଦୁଇ କୋଟି ଟଙ୍କା ବ୍ୟୟରେ ସହର ଉନ୍ନତି କରଣ କାର୍ଯ୍ୟ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଏଥିସହ ପରିଷଦର ଟିକସ ଆୟ ଅଭିବୃଦ୍ଧିକୁ ନେଇ ଆଲୋଚନା ହୋଇଥିଲା l ଗୁଡ଼ାରୀ ଠାରୁ ଗୁଣୁପୁର ଟ୍ରେନକୁ ସଂଯୋଗ ନିମନ୍ତେ ଏକ ମିନି ବସ ଚଳାଚଳ ନିମନ୍ତେ ପ୍ରସ୍ତାବ ଗୃହିତ କରାଯାଇଥିଲା l ଏକ୍ସ ବୋର୍ଡ ସ୍କୁଲ ନିକଟରେ ଦୋକାନ ଗୃହ ନିର୍ମାଣ ନିମନ୍ତେ ଆଲୋଚନା, ବିଜୁ ପାଠଗାରକୁ ଚାଲୁ କରିବା ଓ ସହରର ପେନସନ ପାଇଁ ଏନ୍ ଏ ସି ଅଫିସ କୁ ଆସିପାରୁ ନଥିବା ବୃଦ୍ଧ,ବୃଦ୍ଧାଙ୍କ ଘରକୁ ଯାଇ ମାସିକ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ଏହିପରି ଅନେକ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା। ଗୁଣୁପୁର ବିଧାୟକ ପ୍ରତିନିଧି ସୁବାସ ଗୌଡ଼ ମଧ୍ୟ ଉକ୍ତ ବୈଠକରେ ଯୋଗ ଦେଇଥିଲେ।