ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ଆଜି ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଜୁନିଅର ରେଡକ୍ରସ ପରାମର୍ଶଦାତା ବୈକୁଣ୍ଠ ନାୟକ ଛାତ୍ରମାନଙ୍କୁ ବିଭିନ୍ନ ପରିସ୍ଥିତି ରେ ପ୍ରାଥମିକ ଚିକିତ୍ସା ର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ । ସେହିପରି ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳରେ ଥିବା ସମସ୍ତ ହାଇସ୍କୁଲ ମାନଙ୍କରେ ଏହି ଦିବସ ଅବସରରେ ମୁର୍ଚ୍ଛା ହେବା , ପାଣିରେ ବୁଡିଯିବା , ନିଆଁ ରେ ପଡ଼ିଯିବା , ଖଣ୍ଡିଆ ଖାବରା ଆଦି ସମ୍ପର୍କରେ ଆଶୁ ଆରୋଗ୍ୟ ପାଇଁ ବିଭିନ୍ନ ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି l