ସୋନପୁର ମହାବିଦ୍ୟାଳୟରେ ନୂତନ ଶିକ୍ଷାନୀତି ଉପରେ ଆଲୋଚନା


ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୋନପୁର ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଫେସର ରାଜୀବ ଲୋଚନ ଆଚାର୍ଯ୍ୟ ଙ୍କ ନେତୃତ୍ଵରେ ନୂତନ ଶିକ୍ଷା ନୀତି ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ତଥା କମ୍ପ୍ୟୁଟର ବିଜ୍ଞାନ ବିଭାଗ ର ମୁଖ୍ୟ ଡ.ନରେନ୍ଦ୍ର କୁମାର ରାଉତ ମୁଖ୍ୟ ଆଲୋଚକ ଭାବରେ ଯୋଗ ଦେଇ ନୂତନ ଶିକ୍ଷା ନୀତି ର ବିଭିନ୍ନ ପ୍ରସଙ୍ଗ ତଥା ଉଚ୍ଚ ଶିକ୍ଷା କେନ୍ଦ୍ରରେ ଏହାର କାର୍ଯ୍ୟକାରିତା ଓ ସାଂପ୍ରତିକ ପରିସ୍ଥିତି ସହ ଏହାର ପ୍ରାସଙ୍ଗିକତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଗଣିତ ବିଜ୍ଞାନର ଅଧ୍ୟକ୍ଷ ଡ. କ୍ଷମା ସାଗର ସାହୁ, ଇଂରାଜୀ ବିଭାଗ ର ପ୍ରାଧ୍ୟାପକା ଡ. କଳ୍ପନା ମିଶ୍ର , ଦର୍ଶନ ବିଭାଗର ଅଧ୍ୟାପକ ଡ.ରଞ୍ଜନ କୁମାର ମିଶ୍ର, ପ୍ରଭୁତି ନୂତନ ଶିକ୍ଷାନୀତିର ବିଭିନ୍ନ ଦିଗ ଉପରେ ଆଲୋକପାତ୍ କରିଥିଲେ। ଏହି ଆଲୋଚନା ଚକ୍ରକୁ କମ୍ପ୍ୟୁଟର ବିଜ୍ଞାନ ବିଭାଗ ର ମୁଖ୍ୟ ଲେଫ୍ଟନାଣ୍ଟ ଆଶିଷ ଅଗ୍ରୱାଲ ସଂଯୋଜନା କରିଥିବା ବେଳେ ଅର୍ଥନୀତି ବିଜ୍ଞାନ ର ଅଧ୍ୟାପକ ଧୀରେନ୍ଦ୍ର କୁମାର ମିଶ୍ର ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ। ଆଗକୁ ମହାବିଦ୍ୟାଳୟ ର ପାଠ୍ୟକ୍ରମ ପରାମର୍ଶ ଦାତା ମଣ୍ଡଳୀଙ୍କ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜାତୀୟ ଶିକ୍ଷା ନୀତି ଓ ପରିବର୍ତ୍ତିତ ପାଠ୍ୟକ୍ରମ ଉପରେ ଆହୁରି ଅନେକ ଆଲୋଚନା ଚକ୍ର ଆୟୋଜିତ ହେବ ବୋଲି ଅଧ୍ୟକ୍ଷଙ୍କ ଘୋଷଣା ପରେ ଆଲୋଚନା ଚକ୍ର ସମାପ୍ତ ହୋଇଥିଲା।