Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୋଡ୍‌ ଶୋ ବେଳେ ମୋଦୀଙ୍କ ଉପରକୁ ମୋବାଇଲ ମାଡ

କେରଳ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପୁଣି ତ୍ରୁଟି ପରିଲକ୍ଷିତ ହୋଇଛି। କେରଳ, କୋଚିରେ ରୋଡ୍ ଶୋ’ବେଳେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ମୋବାଇଲ ମାଡ ହୋଇଥିବା ଜଣାପଡ଼ିଛି। ରାସ୍ତାରେ ଚାଲି ଚାଲି ଜନତାଙ୍କୁ ସମ୍ବୋଧନ କରୁଥିଲେ। ଏହି ସମୟରେ ମୋଦୀଙ୍କ ଉପରକୁ ମୋବାଇଲ୍‌ ମାଡ ହୋଇଥିଲା। କେହି ଜଣେ ଦୁବୃର୍ତ୍ତ ପ୍ରଧାନମନ୍ତ୍ରୀଙ୍କ ଉପରକୁ ମୋବାଇଲ ଫିଙ୍ଗିଥିଲେ। ରୋଡ୍ ଶୋ’ ବେଳେ ରାସ୍ତାର ଉଭୟ ପାଖରେ ଛିଡା ହୋଇଥିବା ଲୋକେ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଫୁଲ ବର୍ଷା କରୁଥିଲେ । ଏହି ସମୟରେ ମୋଦୀଙ୍କ ଉପରକୁ କେହି ଜଣେ ମୋବାଇଲ୍ ଫିଙ୍ଗିବାର ଚିତ୍ର ସାମ୍ନାକୁ ଆସିଥିଲା ।

ତେବେ ମୋଦୀଙ୍କ ସହ ସହ ଚାଲୁଥିବା ତାଙ୍କ ଅଙ୍ଗରକ୍ଷୀ ମୋବାଇଲ ଟିକୁ ଅଟକାଇ ଦେଇଥିଲେ । ଫଳରେ ଏହା ମୋଦୀଙ୍କ ଦେହରେ ବାଜି ନଥିଲା । ଗତ ସୋମବାର କୋଚିରେ ରୋଡ୍ ଶୋ’ ସମୟରେ ଏହି ଘଟଣା ଘଟିଥିଲା । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ‌ତେବେ ପୁଣି ଥରେ ମୋଦୀଙ୍କ ସୁରକ୍ଷାରେ ଏହା ଏକ ବଡ ତ୍ରୁଟି ବୋଲି କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ