ସମ୍ବଲପୁର:୧୫ ସେପ୍ଟେମ୍ବର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଶ୍ରୀ ବ୍ରଜ ଗିରିରାଜ୍ ସେବା ସଂସ୍ଥାନ ଟ୍ରଷ୍ଟ ତରଫ ରୁ ଧନୁପାଲି ଠାରେ ଆୟୋଜିତ ହେବାକୁ ଥିବା ଦୁଇ ଦିନିଆଁ (୧୪ ଓ ୧୫ ସେପ୍ଟେମ୍ୱର) ଧନୁପାଲି ଆଞ୍ଚଲିକ୍ ନୂଆଁଖାଇ ଭେଟ୍ ଘାଟ୍ ତିହାର୍ ୨୦୨୪ “ଜିଇଁ ଥିଲେଁ ବରଷେ” କାର୍ଯ୍ୟକ୍ରମ ର ଅନ୍ତିମ ଦିନର କାର୍ଯ୍ୟକ୍ରମ ଧନୁପାଲି, କଟକ ରୋଡ଼ ସ୍ଥିତ ଆଦିତ୍ୟ କଲ୍ୟାଣ ମଣ୍ଡପ ଠାରେ ଆଜି ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ଶୁଭାରମ୍ଭ ହୋଇ ଯାଇଛି।
ସର୍ବ ପ୍ରଥମେ ପ୍ୟାରୀ ମୋହନ ପ୍ରଧାନ ଙ୍କ ବାସ ଭବନ ରୁ ପାହୁର ଭାର ଆଣିବା ପାଇଁ କମିଟି ର ସଂଯୋଜକ ଶ୍ରୀ ଦେବାଶିଷ ପୁରୋହିତ, ସହ ସଂଯୋଜକ ଶ୍ରୀ ସୌରଭ ରଞ୍ଜନ ମହାପାତ୍ର, ସଭାପତି ଶ୍ରୀ ସଞ୍ଜୟ ମିଶ୍ର, ଉପ ସଭାପତି ଶ୍ରୀ ସଞ୍ଜୀବ ପାଢ଼ୀ, ଶ୍ରୀ ଦୁଷ୍ମନ୍ତ ପଣ୍ଡା, ସହ ସମ୍ପାଦକ ସୁରଜ କୁମାର ଗୁରୁ, କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ ରାୟଗୁରୁ ପ୍ରମୁଖ ଏକ ଶୋଭାଯାତ୍ରା ରେ ଯାଇ ପାହୁର୍ ଭାର ସହିତ ବରୁଆ ଭାବେ ଶ୍ରୀ ଚୈତନ୍ୟ ନାୟକ ସହ ପ୍ୟାରୀ ମୋହନ ପ୍ରଧାନ ଙ୍କୁ ଗଅଁତିଆ ଭାବେ ବରଣ କରାଯାଇ ସପରିବାର କାର୍ଯ୍ୟକ୍ରମ ସ୍ଥଳ ଆଦିତ୍ୟ କଲ୍ୟାଣ ମଣ୍ଡପ କୁ ବାଜା ବଜାଇ ରୋଷଣୀ କରି ପାଛୋଟି ଅଣା ଯାଇ ଥିଲା। ଏହି ରୋଷଣୀ କାର୍ଯ୍ୟକ୍ରମ କଲ୍ୟାଣ ମଣ୍ଡପ କୁ ପହଞ୍ଚିବା ସମୟ ରେ ଓଡ଼ିଶା ବିଧାନ ସଭା ର ମାନ୍ୟବର ବିରୋଧୀ ଦଳ ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆସି ପହଞ୍ଚି ଥିଲେ। ଏହି ରୋଷଣୀ ସହ ତାଙ୍କୁ ମଧ୍ୟ କାର୍ଯ୍ୟକ୍ରମ ସ୍ଥାନ କୁ ପାଛୋଟି ନିଆ ଯାଇ ଥିଲା। ଏହା ପରେ ମଞ୍ଚ ଉପରକୁ ପାହୁର ଭାର ସହ ଗଅଁତିଆ ପ୍ୟାରୀ ମୋହନ ପ୍ରଧାନ ଓ ପରିବାର ସହ ମଞ୍ଚ ଉପରେ ମାଁ ସମଲେଶ୍ଵରୀ ଙ୍କ ବିଧି ପୂର୍ବକ ପୂଜା ଅର୍ଚ୍ଚନା କରି ନୂଆଁ ଚାଉଳ ଭୋଗ ଲାଗି ହୋଇ ଥିଲା ଓ ଶ୍ରୀ ଚୈତନ୍ୟ ନାୟକଙ୍କୁ ବରୁଆ ଆସି ଥିଲା।
ଏହା ପରେ ମୁଖ୍ୟ ଅତିଥି ମାନ୍ୟବର ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଦ୍ଵାରା ଦ୍ଵିପ ପ୍ରଜ୍ବଳନ କରା ଯାଇ ଥିଲା। ତା ପରେ ସଂଯୋଜକ ଦେବାଶିଷ ପୁରୋହିତ ମୁଖ୍ୟ ଅତିଥି ଙ୍କୁ ଉପଢ଼ଉକନ ଓ ଫୁଲ ତୋଡା ଦେଇ ମଞ୍ଚ ଉପରେ ସମ୍ମାନିତ କରିଥିଲେ। ଏହି ଅବସର ରେ କମିଟି ତରଫରୁ ସ୍ଥିର କରା ଯାଇ ଥିବା ଡାକ୍ତର ଶ୍ରୀ ବିଶ୍ଵନାଥ ମିଶ୍ର, ଶ୍ରୀ ବ୍ରଜେନ୍ଦ୍ର ନାୟକ ଓ ଶ୍ରୀ ସତ୍ୟନାରାୟଣ ମେଣ୍ଡେଳି ଙ୍କୁ ତାଙ୍କ ଜୀବନ ର ବିଭିନ୍ନ କ୍ଷେତ୍ର ରେ କରି ଥିବା ଯଶ ପାଇଁ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଦ୍ଵାରା ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା। ଏହି କ୍ରମରେ ସମ୍ବଲପୁରୀ ଧନୁଯାତ୍ରା ର ପାଣ୍ଡୁଲିପି ର ଲେଖକ ଶ୍ରୀ ବାବଲୁ ବାଗ ଙ୍କୁ ମାନପତ୍ର ଦେଇ ସମ୍ମାନିତ ମଧ୍ୟ କରାଯାଇଥିଲା। ଏହି କ୍ରମରେ ବିଭିନ୍ନ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା। ଏହା ପରେ ମଞ୍ଚ ଉପରୁ ଶ୍ରୀ ବ୍ରଜ ଗିରିରାଜ ସେବା ସଂସ୍ଥାନ ଟ୍ରଷ୍ଟ ର ସଭାପତି ଶ୍ରୀ ସୌରଭ ରଞ୍ଜନ ମହାପାତ୍ର ଓଡ଼ିଶା ର ରାଜଧାନୀ ଭୁବନେଶ୍ବର ରେ ମାଁ ସମଲେଶ୍ଵରୀ ଙ୍କ ମନ୍ଦିର ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ ଯାହା କି ଗତ କାଲି (୧୪ ସେପ୍ଟେମ୍ବର) “ଜିଇଁ ଥିଲେଁ ବରଷେ” କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଅବସରରେ ମାନ୍ୟବର ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଙ୍କ ସମ୍ମୁଖ ରେ ପ୍ରସ୍ତାବ ରଖିଥିଲେ। ଗତ କାଲି ସେ ନିଜ ବକ୍ତବ୍ୟ ରେ କହି ଥିଲେ ଯେ ବିଭିନ୍ନ ରାଜ୍ୟ ର ରାଜଧାନୀ ରେ ମାଁ ସମଲେଶ୍ଵରୀ ଙ୍କ ମନ୍ଦିର ରହିଥିବା ବେଳେ ଓଡ଼ିଶା ର ରାଜଧାନୀ ରେ ମାଁ ସମଲେଶ୍ଵରୀ ଙ୍କ ମନ୍ଦିର ନଥିବା ଏକ ଦୁର୍ଭାଗ୍ୟ ର ବିଷୟ ତେଣୁ ଟ୍ରଷ୍ଟ ତରଫ ରୁ ଆମେ ମନ୍ଦିର ନିର୍ମାଣ କରିବାକୁ ଚାହୁଛୁ ବୋଲି ପ୍ରସ୍ତାବ ରଖି ଥିଲେ ଓ ସଂଯୋଜକ ଶ୍ରୀ ଦେବାଶିଷ ପୁରୋହିତ ନିଜ ବକ୍ତବ୍ୟ ରଖି କହି ଥିଲେ ଯେ ମାଁ ସମଲେଶ୍ଵରୀ ସଂସ୍କୃତି କୁ ପ୍ରସାରିତ କରିବା ପାଇଁ ଓ ବିଶ୍ଵଦରବାର ରେ ମାଁ ସମଲେଶ୍ଵରୀ ଙ୍କ କ୍ଷାତି ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ଏହି ପ୍ରସ୍ତାବ କୁ ସରକାରୀ ସ୍ଥରରେ ଭୁବନେଶ୍ବର ଠାରେ ଆବଶ୍ୟକ ଜମି ସହ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ଓ ଅନୁରୋଧ କରିଥିଲେ ଯେ ସେ ଏହି ମଞ୍ଚ ଉପରୁ ସହଯୋଗ ର ଘୋଷଣା କରନ୍ତୁ। ଶ୍ରୀ ସୌରଭ ରଞ୍ଜନ ମହାପାତ୍ର ଓ ଶ୍ରୀ ଦେବାଶିଷ ପୁରୋହିତ ଙ୍କ ଏହି ପ୍ରସ୍ତାବ ଓ ଅନୁରୋଧ କୁ ଖୁସିର ସହ ଗ୍ରହଣ କରି ମାନ୍ୟବର ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଓଡ଼ିଶା ର ରାଜଧାନୀ ଭୁବନେଶ୍ବର ରେ ମାଁ ସମଲେଶ୍ଵରୀ ଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସମସ୍ତ ପ୍ରକାର ସରକାରୀ ସହଯୋଗ କରାଯିବ ବୋଲି ଘୋଷଣା କରି ଥିଲେ। ଗତକାଲି ର ଉକ୍ତ ପ୍ରସ୍ତାବ ଉପରେ ଶ୍ରୀ ସୌରଭ ମହାପାତ୍ର ମାନ୍ୟବର ବିରୋଧୀ ଦଳ ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ସଂଯୋଜକ ଶ୍ରୀ ଦେବାଶିଷ ପୁରୋହିତ ମଧ୍ୟ ଅନୁରୋଧ କରିଥିଲେ ଯେ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରେ ତାଙ୍କର ମଧ୍ୟ ସହଯୋଗ ଓ ଆଶୀର୍ବାଦ ରହୁ। ଏହା ପରେ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ମହୋଦୟ ନିଜେ ନିଜ ତରଫ ରୁ ଭୁବନେଶ୍ବର ରେ ମାଁ ସମଲେଶ୍ଵରୀ ଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଘୋଷଣା କରିଥିଲେ। ଏହା ପରେ ଶ୍ରୀ ସୌରଭ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହା ପରେ ୨୦ ବର୍ଷ ପୂର୍ବେ ଧନୁପାଲି ରେ ଯେଉଁ ଉଦ୍ୟୋକ୍ତା ମାନେ “ଜିଇଁ ଥିଲେଁ ବରଷେ” କାର୍ଯ୍ୟକ୍ରମ କୁ ପ୍ରତିବର୍ଷ ଅନୁଷ୍ଠିତ କରୁଥିଲେ ସମସ୍ତଙ୍କୁ ଯଥା ଶ୍ରୀ ଅଶୋକ ପଟ୍ଟନାୟକ, ଶ୍ରୀ ପ୍ରବୀର୍ ମିଶ୍ର, ଶ୍ରୀ ପ୍ରଶାନ୍ତ ମାଝୀ, ଶ୍ରୀ ସଞ୍ଜୀବ ପାଢ଼ୀ, ଶ୍ରୀ ସଞ୍ଜୀବ ସାନବଡ, ଶରତ ପାଢ଼ୀ, ଶ୍ରୀ ସଞ୍ଜୟ ମିଶ୍ର, ଶ୍ରୀ ସରୋଜ ସାହୁ, ଶ୍ରୀ ସଞ୍ଜୟ ପ୍ରସାଦ, ଶ୍ରୀ ସୁଶାନ୍ତ ପାଢ଼ୀ, ଶ୍ରୀ ଜୟକିଶୋର ଜାଲ, ଶ୍ରୀ ବଳରାମ ହୋତା, ଶ୍ରୀ ମହେଶ ପଟେଲ, ଶ୍ରୀ ସୁମନ୍ତ ପାଢ଼ୀ, ଶ୍ରୀ ଗିରିଶ ଚନ୍ଦ୍ର ଜାଲ, ଶ୍ରୀ ଆଦିତ୍ୟ ପାଣିଗ୍ରାହୀ, ଶ୍ରୀ ଅପୂର୍ବ ମାଝୀ, ଶ୍ରୀ ଜଗନ୍ନାଥ ବେହେରା, ଶ୍ରୀ ସୁଦାମ ପଣ୍ଡା, ଶ୍ରୀ ସନ୍ତୋଷ ରାୟଗୁରୁ, ଶ୍ରୀ ପ୍ରଶାନ୍ତ ରାୟଗୁରୁ ଓ ଶ୍ରୀ ଦୀପକ ଚଇନି ପ୍ରମୁଖ ଙ୍କୁ ଉପଢଉକନ ଓ ମାନ ପତ୍ର ଦେଇ ଶ୍ରୀ ବ୍ରଜେନ୍ଦ୍ର ନାୟକ ସମ୍ମାନିତ କରିଥିଲେ ଓ ସଂଯୋଜକ ଶ୍ରୀ ଦେବାଶିଷ ପୁରୋହିତ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମ ସମୟ ରେ କମିଟି ର ସମସ୍ତ ପଦାଧିକାରୀ ଯଥା ସଭାପତି ଶ୍ରୀ ସଞ୍ଜୟ ମିଶ୍ର, ଉପସଭାପତି ଶ୍ରୀ ସଞ୍ଜୀବ ପାଢ଼ୀ, ଦୁଷ୍ମନ୍ତ ପଣ୍ଡା, ଶ୍ରୀମତୀ ମମତା ରାଣି ପଣ୍ଡା, ସମ୍ପାଦକ ପ୍ରଶାନ୍ତ ଥାପା, ସହ ସମ୍ପାଦକ ସୁରଜ କୁମାର ଗୁରୁ, କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ ରାୟଗୁରୁ, ଚୈତନ୍ୟ ନାୟକ ଓ ସହ ସଂଯୋଜକ ସୌରଭ ରଞ୍ଜନ ମହାପାତ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ସମ୍ପାଦକ ଶ୍ରୀ ସୁରେନ୍ଦ୍ର ଖଟେଇ ଓ ତର୍ପଣ ପ୍ରଧାନ, ମିଡ଼ିଆ ପ୍ରଭାରୀ ସଞ୍ଜୀବ ପାଣିଗ୍ରାହୀ, ପ୍ରଚାର ପ୍ରସାର ର ସମ୍ପାଦକ ଶ୍ରୀ ଦିଲୀପ ମହାନନ୍ଦ, ଶ୍ରୀ ଅଭିଳାଷ ସ୍ୱାଇଁ ଓ ସୌରଭ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଏହି କ୍ରମ ରେ ରାତି ପ୍ରାୟ ୧୦ ଟା ସମୟ ଯାଏଁ ଦୁର୍ଗା ପ୍ରସାଦ ଦାସ ଙ୍କ ରଙ୍ଗ ଫରୁଆ, ଆଲୋକ ପଣ୍ଡା ଙ୍କ ସମ୍ବଲପୁର ଫୋକ ଏଣ୍ଡ ଆର୍ଟ ସେଣ୍ଟର ଓ ମହେଶ ପଟେଲ ଙ୍କ ନଟରାଜ ସମ୍ବଲପୁର ଅନୁଷ୍ଠାନ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇ ଥିଲା।