Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁରରେ ଅଶିଘର ସହଁରା ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଅଶିଘର ସହଁରା (ଶବର ) ସମାଜ ପକ୍ଷରୁ ସ୍ଥାନୀୟ ହାତୀସାଲ କଲ୍ୟାଣ ମଣ୍ଡପ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ଶ୍ରୀ ଦୈତ୍ୟ ଦେବ ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ବଳଦେବ ଭୋଇ, ସମ୍ମାନିତ ଅତିଥି ଭାବରେ ଶ୍ରୀ ରାଜ କିଶୋର ବାରିକ୍, ଗିରିଧାରି ନାଗ, ଘନଶ୍ୟାମ ବୁଡେକ୍, ଆବାହକ ସୁରେଶ ବେହେରା, ସମ୍ପାଦକ ଅଚ୍ୟୁତ କୁମାର୍ ଭୋଇ ଓ ମୂଖ୍ୟ ବକ୍ତା ଭାବରେ ଚନ୍ଦ୍ର ଶେଖର ଶବର ଯୋଗଦେଇ ଗୋଟିଏ ରାଜ୍ୟ ତଥା ଦେଶର ସମୃଦ୍ଧି ଓ ସୁରକ୍ଷା ପାଇଁ ପ୍ରଥମେ ଏକ ସମାଜ ର ଶୃଙ୍ଖଳା ଓ ଏକତା ଆବଶ୍ୟକ ବୋଲି ମତ ରଖିଥିଲେ। ସଭାରେ ସମସ୍ତ ଜିଲ୍ଲା ସଭାପତି, ଯୋଗ ଦେଇଥିବା ନୂତନ କର୍ମଚାରୀ, ସମାଜର ଚିତ୍ର ଶିଳ୍ପୀ, ମୂର୍ତ୍ତି କାରିଗର, ମେଧା ଛାତ୍ରଛାତ୍ରୀ, ମଞ୍ଚ କଳାକାର, ସମାଜ ସେବୀ ଙ୍କ ସମେତ ବିଭିନ୍ନ ପ୍ରତିଭା ଓ ସାମ୍ୱାଦିକ ମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ପ୍ରଥମେ ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା ପରେ ଅତିଥିଙ୍କୁ ସ୍ଵାଗତ ସଂଗୀତ ପରିବେଷଣ ଦ୍ଵାରା ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ସୁରେଶ ବେହେରା ସ୍ଵାଗତ ଭାଷଣ ଓ ରବୀନ୍ଦ୍ର ଭୁଏ ବୀବରଣୀ ପାଠ କରିଥିବା ବେଳେ ଏକାଦଶ ବର୍ଗେ ଓ ମୁକେଶ ଭୋଇ ମଞ୍ଚ ପରି ଚାଳନା କରିଥଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଯୁଗ ଜନ୍ମା ଯୁକ୍ତା ମୁଖୀ ବର୍ଗି, ମୁକେଶ ଭୋଇ ଓ ନରସିଂହ ବର୍ଗେ ପରି ଚାଳନା କରିଥିଲେ। ଡାକ୍ତରୀ ଛାତ୍ରୀ ନିଲମ୍ ବିଶ୍ଵାଳ ଓ ନବୋଦୟ ଛାତ୍ର ଯଶ ରାଜ ଭୂଏଙ୍କୁ ସ୍ଵତନ୍ତ୍ର ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ରିତୁଶ୍ରୀ, ମମିତା, ନନ୍ଦିନୀ, ମୌସୁମୀ, ସଂଘମିତ୍ରା, ନିଳୀମା, ସମୃତି ଶିଖା, ସୁପ୍ରଭା ପ୍ରମୁଖ ଛାତ୍ରୀ ସମ୍ବର୍ଧନା କାର୍ଯକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରି ସମ୍ବର୍ଧିତ ପ୍ରତିଭା ଙ୍କ ମନମୁଗ୍ଧ କରିଥିଲେ। ନରେଶ, ପ୍ରଫୁଲ୍ଲ, ସରୋଜ, ନିଳୀମା, ନଳିନୀ ନାମ ପଞ୍ଜି କରଣ କରିଥିଲେ। ସମାଜ ର ଉପଦେଷ୍ଟା କମିଟି ଓ କାର୍ଯ୍ଯ କାରୀ କମିଟି ସଦସ୍ୟ ଉତ୍ସବର ପ୍ରତ୍ୟେକ କାର୍ଯ୍ଯ କୁ ତଦାରଖ କରିଥିବା ବେଳେ ନିରଞ୍ଜନ ଭୂଏ ଧନ୍ୟବାଦ୍ ଅର୍ପଣ କରିଥିଲେ। ଶବର ସମାଜର ହଜାର ହଜାର ସଦସ୍ୟ ଉପସ୍ଥିତ ରହି ନୂଆଁଖାଇ ଜୁହାର ଭେଟ ହୋଇ ଭାବର ଆଦାନ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ