ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ଓ ତାଲିମ ଶିବିର


ସମ୍ବଲପୁର,(କୁଚିଣ୍ଡା): ସମନ୍ୱୀତ ୱାଡି ପ୍ରକଳ୍ପ ଲଇମୁରା ପକ୍ଷରୁ ଆଜି କୁଚିଣ୍ଡା ବ୍ଲକର ସାଲେଭଡା ପଞ୍ଚୟାତର ଜଣ୍ଡା ଓ କୁସୁମୀ ପଞ୍ଚାୟତର ରାନୀକେଲା ଠାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ତାଲିମ ଓ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ୨ଟି ଶିବିରରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଜନ ସଚେତନତା ସୃଷ୍ଟି କରାଯିବା ସହିତ ୧ ଶହରୁ ଉର୍ଦ୍ଧ୍ବ ବିଭିନ୍ନ ପିଡିତ ରୋଗୀ ମାନଙ୍କୁ ପରୀକ୍ଷା କରାଯାଇ ନିଶୁକ୍ଲ ଔଷଧ ଦିଆଯାଇଥିଲା। ପ୍ରାରମ୍ଭରେ ବରିଷ୍ଠ ଚିକିତ୍ସକ ଡା.ରାଜାରାମ ଷଡଙ୍ଗୀ ଓ ତାଲିମ ପ୍ରଶିକ୍ଷିକ ଚକ୍ରଧର ନନ୍ଦ ଶିବିରରେ ତାଲିମ ପ୍ରଦାନ କରି ସୁସ୍ଥ୍ୟ ଜୀବନ ଶୈଳୀ ଉପରେ ବୁଝାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଡା.ଷଡଙ୍ଗୀ ସ୍ୱାସ୍ଥ୍ୟ ପରୀକ୍ଷା କରି ନିଶୁକ୍ଲ ଔଷଧ ବଣ୍ଟନ କରିଥିଲେ। ମଧୁମେହ, ରକ୍ତଚାପ ପ୍ରଭୃତି ରୋଗୀଙ୍କୁ ନିୟମିତ ପରୀକ୍ଷା କରି ଔଷଧ ସେବନ କରିବା ସହିତ ନିକଟସ୍ଥ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପରାମର୍ଶ ଦେଇଥିଲେ।ଆୟୋଜିତ ଶିବିରକୁ ପ୍ରକଳ୍ପ ଯୋଜନା ପ୍ରବନ୍ଧକ ମାନସ ମହାନ୍ତି ,ପ୍ରକଳ୍ପ ସଂଯୋଜକ ଭରତ ପ୍ରଧାନ , ସଂଜୀବ ସାହୁ,ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।