Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର:କୁଚିଣ୍ଡା ବ୍ଲକ କିରଶାସନ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର, କୁଟୁରା ଚୁଆଁ ର ଚବିଶ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାରତ ର ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରି ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଶିକ୍ଷା କେନ୍ଦ୍ରର ପରିଚାଳନା କମିଟି ସଭାପତି ନୃପଲାଲ ପଟେଲ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବର ପ୍ରତିଷ୍ଠାତା ସଭ୍ୟ ଶ୍ରୀ ନାୟକ ପୂର୍ଣ୍ଣାଙ୍ଗ ଶିକ୍ଷା ସମ୍ପର୍କରେ ଆଲୋଚନା କରି ଆଗାମୀ ବର୍ଷା ଶିକ୍ଷା କେନ୍ଦ୍ର ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ ହେବ ବୋଲି କହିଥିଲେ। ଅନ୍ୟତମ ସଭ୍ୟ ସୌଭାଗ୍ୟ ପଟେଲ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଅଧ୍ୟକ୍ଷ ତେଜରାଜ ପଟେଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ଲକ୍ଷ୍ମଣ କିସାନ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଛାତ୍ରୀ ମନେ ସ୍ୱାଗତ ସଂଗୀତ ଗଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ