Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରର ଲୌହମାନବ ବଂଶୀ ପ୍ରଧାନଙ୍କ ପରଲୋକ

ସମ୍ବଲପୁର: ସମ୍ବଲପୁରର ଲୌହମାନବ କୁହାଯାଉଥିବା ନିର୍ଭିକ ଓ ଦକ୍ଷ ମାନବ ବଂଶୀଧର ପ୍ରଧାନ ଆଉ ନାହାନ୍ତି। ଆଜି ତାଙ୍କର ପରଲୋକ ଘଟିଛି।ଅଞ୍ଚଳର ପୁରୁଖା ବ୍ୟକ୍ତି ଶିଳ୍ପପତି, ଦକ୍ଷ ବ୍ୟବସାୟୀ ଓ ଜଣେ କ୍ରୀଡ଼ାବିତ ଭାବେ ସେ ଖୁବ ପରିଚିତ ଥିଲେ।ବିଶେଷକରି ଗମନାଗମନ ପାଇଁ ଯେଉଁ ସମୟରେ ବସ ଏକ ସମସ୍ୟା ଥିଲା ସେହି ସମୟରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସହିତ ବିଭିନ୍ନ ଅଞ୍ଚଳକୁ ପ୍ରଧାନ ବସ ଚଳାଇ ସେ ଜନ ମାନସରେ ଖୁବ ପ୍ରିୟ ହୋଇଥିଲେ। ସେ ଜଣେ ଏପରି ବ୍ୟକ୍ତି ଥିଲେ ଯେ ସର୍ବ ସମ୍ପନ୍ନ ଗୁଣ ତାଙ୍କ ପାଖରେ ଥିଲା l କଳାକାରି ହେଉ କି ଶିକ୍ଷା ହେଉ,ଖେଳ ହେଉ କି ବାଣିଜ୍ୟ ବା କୃଷି ହେଉ ସବୁଥିରେ ସେ ପାରଙ୍ଗମ ବ୍ୟକ୍ତିତ୍ୱ । ତାଙ୍କ ଭଳି ବ୍ୟକ୍ତିତ୍ବ ମିଳିବା କଷ୍ଟକର । ତାଙ୍କର ମୃତ୍ୟୁ ରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରି ତାଙ୍କ ପରିବାରକୁ ଭଗବାନ ଏ ଘଡ଼ି ସନ୍ଧି ସମୟରେ ଶକ୍ତି ପ୍ରଦାନ କରିବାକୁ ପ୍ରାର୍ଥନା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ