Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନସିଂ କଲେଜରେ ରକ୍ତଦାନ ଶିବିର, ୩୮ ଜଣ କଲେ ରକ୍ତଦାନ

ସମ୍ବଲପୁର: ସମ୍ବଲପୁର ନସିଂ କଲେଜ ପକ୍ଷରୁ “ସମ୍ବାଦ-ଆମ ଓଡ଼ିଶା” ସହ‌ଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଶୁକ୍ରବାର ଆୟୋଜନ ହୋଇଥିଲା।ଆଶା ଏକାଡେମୀ ଜୟନ୍ତପୁର ରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍ଓ ଡ଼.ଭରତ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଏବଂ କଲେଜ ର ନିର୍ଦ୍ଦେଶକ ରଘୁନନ୍ଦନ ନାୟକ, ଅଧ୍ୟକ୍ଷା ଡ.ରୋଜାଲିନ ଷ୍ଟିଫେନ, ଏକାଡେମିକ ଅଫିସର ସୁଲୋଚନା ଦାଶ, ଏନ୍‌ଏସଏସ ପ୍ରୋଗ୍ରାମ ଅଫିସର ନୀଲମ କୁମାର ନାୟକ ପ୍ରମୁଖ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏଥିରେ ମୋଟ ୩୮ ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ। ବୁର୍ଲା ରକ୍ତଭଣ୍ଡାରର ଡାକ୍ତର ସୁଦୀପା ମିଶ୍ର, କାଉନସେଲର ମଣ୍ଟୁ ପ୍ରଧାନ, ଟେକ୍ନିସିଆନ୍ ପଦ୍ମିନୀ ଶତପଥୀ, ରଜତ ପଟେଲ, ଜନକ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ