Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ସନ୍ତରଣରେ ସଫଳତା

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ୫୩ତମ ଜାତୀୟ କେନ୍ଦ୍ରୀୟ ବିଦ୍ୟାଳୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ରାଜଧାନୀ ଦିଲ୍ଲୀ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶର ଥିବା ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ର ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ର ମାନେ ଅଂଶଗ୍ରହଣ କରିଥିଲେ।ଓଡିଶା କେନ୍ଦ୍ରୀୟ ବିଦ୍ୟାଳୟ ଟିମ୍ ରେ ସମ୍ବଲପୁର ର ଅଂଶୁମାନ ମେର୍ଲି, ଅଂଶ ବରିହା, ଅନୁଜ ବରିହା, ପ୍ରଭୁଦାସ ପଣ୍ଡା, ଶ୍ରୀଜିତ ମହାକୁଡ଼ ଏବଂ ଅଙ୍କୁଶ ବାରିକ ଅଂଶଗ୍ରହଣ କରିଥିଲେ।ଅଂଶୁମାନ ମେର୍ଲି ଅଣ୍ଡର ୧୯ ରେ ୫୦ ମିଟର ବଟରଫ୍ଲlୟରେ ଗୋଲଡ଼, ୧୦୦ ମିଟର ଫ୍ରୀ ଷ୍ଟାଇଲ ରେ ସିଲଭର ଏବଂ ୫୦ ମିଟର ଫ୍ରି ଷ୍ଟାଇଲ ରେ ବ୍ରୋନଜ଼ ମେଡେଲ ପାଇଥିବା ବେଳେ ପ୍ରଭୁଦାସ ପଣ୍ଡା ୨୦୦ ମିଟର ବେକ ଷ୍ଟ୍ରୋକ ରେ ବ୍ରୋନଜ଼ ମେଡେଲ ପାଇଛନ୍ତି।ଉଭୟ ଖେଳାଳି ଙ୍କୁ ବିଦ୍ୟାଳୟ ର ପ୍ରିନସିପାଲ ଏବଂ ଶିକ୍ଷକଗଣ ଅଭିନନ୍ଦନ ଜଣାଇଛନ୍ତି।ଉଭୟ ଅଂଶୁମାନ ଏବଂ ପ୍ରଭୁଦାସ ଡାକ୍ତର ଝସକେତନ ସାହୁ ସନ୍ତରଣାଗାର ରେ ଚିନ୍ତନ ନାୟକ ଙ୍କ ଠାରୁ ପ୍ରଶିକ୍ଷଣ ନେଉଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ