Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନକ୍ସଲ ଆକ୍ରମଣ ନେଇ ଓଡ଼ିଶାର ୩ ଜିଲ୍ଲାକୁ ହାଇ ଆଲର୍ଟ

ଭୁବନେଶ୍ୱର: ଛତିଶଗଡ ଦନ୍ତେୱାଡାରେ ନକ୍ସଲ ଆକ୍ରମଣରେ ୧୧ ଯବାନ ସହିଦ ହେବା ପରେ ଓଡିଶାର ତିନୋଟି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି। ଛତିଶଗଡ ସୀମାବର୍ତ୍ତୀ ଜିଲ୍ଲାର ସମସ୍ତ ସୁରକ୍ଷା କର୍ମୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛତିଶଗଡ ସଲଗ୍ନ ଜିଲ୍ଲା ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁରର ଏହି ତିନୋଟି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଥିବା ପୋଲିସ କହିଛି।

ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ସଂଜୀବ ପଣ୍ଡାଙ୍କ କହିବାନୁସାରେ, ଏହି ତିନୋଟି ଜିଲ୍ଲାରେ ପାଟ୍ରୋଲିଂ, ଏବଂ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରିବାକୁ ପୋଲିସ କର୍ମଚାରୀଙ୍କୁ କୁହାଯାଇଛି। ଏହି ତିନୋଟି ଜିଲ୍ଲାର ପୋଲିସକୁ ସଜାଗ ରହିବାକୁ କୁହାଯାଇଛି।

ଛତିଶଗଡରେ ନକ୍ସଲ ଆକ୍ରମଣ ପରେ ରାଜ୍ୟର ବିଭିନ୍ନ ନକ୍ସଲ ପ୍ରବଣ ଜିଲ୍ଲାରେ କମ୍ବିଂ କାର୍ଯ୍ୟକୁ ତୀବ୍ର କରିବା ପାଇଁ ପଦକ୍ଷେପ ମଧ୍ୟ ଆରମ୍ଭ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ