Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁର ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ

ସମ୍ବଲପୁର: ସମ୍ବଲପୁର ମନ୍ଦେଲିଆ ପଡିଆ ଠାରେ ରାଜ୍ୟ ସରକାର ଙ୍କ ୧୦୦ ଦିନ ପୂର୍ତ୍ତି ପାଳନ ଉପଲକ୍ଷେ ଆୟୋଜିତ ବିକାଶ ମେଳା ରେ ଶନିବାର ପୂର୍ବାହ୍ନ ରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି I ପ୍ରଥମେ ସମସ୍ତ ଉପସ୍ଥିତ ଅତିଥି ବୃନ୍ଦ, ଆସିଥିବା ମହିଳା, ସ୍ଥାନୀୟ ବୁଦ୍ଧିଜୀବୀ, ଜନସାଧାରଣ, ସ୍ଵୟଂ ସହାୟକ ଗୋଷ୍ଠୀ, ଗଣମାଧ୍ୟମ ପ୍ରତିନିଧି ଙ୍କୁ ସ୍ୱାଗତ ଜଣାଇ ତାଙ୍କ ନିଜ ଅଭିଭାଷଣ ରେ କହିଥିଲେ ୨୦୩୬ ମସିହା ସୁଦ୍ଧା ଓଡିଶାକୁ ବିକଶିତ ଓଡିଶା ରେ ପରିଣତ କରିବାର ଲକ୍ଷ ରଖାଯାଇଛି I ବର୍ତ୍ତମାନ ସାଧାରଣ ଲୋକଟିଏ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚି ପାରୁଛି କାରଣ ଏ ସରକାର ହେଉଛି ଲୋକଙ୍କ ସରକାର ଏହା ଜନ ଭାଗିଦାରୀ ରେ ଚାଲୁଛି I ଦେଇଥିବା ସମସ୍ତ ପ୍ରତିଶୁତି କୁ ପୁରଣ କାରାଯାଉଛି । ଯେଉଁଥିରୁ ପ୍ରଥମେ ସୁଭଦ୍ରା ଯୋଜନା ଆରମ୍ଭ କରି ମହିଳାଙ୍କୁ ସ୍ୱାବଲମ୍ବୀ ର ରାସ୍ତା ଦେଖାଇଛନ୍ତି । ଚାଷୀର ଉନ୍ନତି ପାଇଁ ଧାନର ମୂଲ୍ୟକୁ ୩୧ ଶହ ଟଙ୍କା କରାଯାଇଛି I ନୂଆ ସରକାର ଶ୍ରୀମନ୍ଦିର ୪ ଦ୍ଵାର ଖୋଲିବା ସହ ରତ୍ନଭଣ୍ଡାର ଖୋଲିଛନ୍ତି । ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପୋସ ଫଣ୍ଡର ବ୍ୟବସ୍ଥା କରିଛନ୍ତି । ଚାଷୀଙ୍କ ଜୀବନରେଖା ହେଉଛି ହୀରାକୁଦ ବନ୍ଧ। ହୀରାକୁଦ କମାଣ୍ଡ ଏରିଆରେ ଜଳସେଚନ ସୁବିଧା ପାଇଁ ୮୫୫ କୋଟି ଟଙ୍କାର ବ୍ୟୟ ଅଟକଳ କ୍ୟାବିନେଟରେ ମଞ୍ଜୁର ହୋଇଛି ବୋଲି କହିଥିଲେ । ଏହା କାର୍ଯ୍ୟକାରୀ ହେଲେ କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଜଳସେଚନ ସୁବିଧା ହୋଇପାରିବ । ସମ୍ବଲପୁର ରେ ଅତ୍ୟାଧୁନିକ ବହୁମୁଖୀ ସ୍ପୋର୍ଟ୍ସ କପ୍ଲେକ୍ସ ନିର୍ମାଣ ର ଯୋଜନା ଅଛି ଏବଂ ପର୍ଯ୍ୟଟନ ପ୍ରୋତ୍ସାହିତ କରିବା ଲାଗି ସମ୍ବଲପୁର ଓ ଅନାନ୍ୟା ସ୍ଥାନରେ ମହାନଦୀ ରିଭର ଫ୍ରଣ୍ଟ ବିକାଶ ପରିଯୋଜନା ମଧ୍ୟ ଆଗକୁ କରାଯିବାର ବ୍ୟବସ୍ଥା ଅଛି । ପିଏମ କିଷାନ ସହ ଏବେ ସିଏମ କିଷାନରେ ଚାଷିଙ୍କୁ ସହାୟତା ଦିଆଯାଉଛି। ସେହିଭଳି ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ରେ ଓଡିଶା କୁ ମଧ୍ୟ କରାଯିବ ବୋଲି କହିଥିଲେ I ସେତୁ ବନ୍ଧ ଯୋଜନା ରେ ଗ୍ରାମାଞ୍ଚଳ ସଂଯୋଗୀ କରଣ ପାଇଁ ୫୦୦ ଟି ନୁତନ ସେତୁ ନିର୍ମାଣ କରାଯିବ ଯେଉଁ ଥିରୁ ୭୫ ଟି ନିର୍ମାଣ ସରିଛି । ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା ରେ ସଂଯୋଗ ବିହୀନ ଗ୍ରାମକୁ ସର୍ବକାଳୀନ ସଡକ ଯୋଗାଯୋଗ ମଧ୍ୟ କରାଯିବ ବୋଲି କହିଛନ୍ତି । ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ପ୍ରଥମ କରି ୨୦୦ ଦିନ ଲୋକ କାମ କରିବାର ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି । ସମ୍ମାନୀତ ଅତିଥି ଭାବେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଯୋଗଦେଇ ସରକାରଙ୍କ ୧୦୦ ଦିନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସ୍ୱାଗତ ଭାଷଣ ରେ ସମ୍ବଲପୁର ରେ ଅତ୍ୟାଧୁନିକ ବହୁମୁଖୀ ସ୍ପୋର୍ଟ୍ସ କପ୍ଲେକ୍ସ ନିର୍ମାଣ ର ଯୋଜନା ଅଛି ଏବଂ ପର୍ଯ୍ୟଟନ ପ୍ରୋତ୍ସାହିତ କରିବା ଲାଗି ସମ୍ବଲପୁର ଓ ଅନାନ୍ୟା ସ୍ଥାନରେ ମହାନଦୀ ରିଭର ଫ୍ରଣ୍ଟ ବିକାଶ ପରିଯୋଜନା ଆଦି କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଥିଲେ ।ଏହା ପରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ର ଯାଦବ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟ ରେ ସରକାର ଙ୍କ ଦିଗଦର୍ଶନ ରେ ଜଣସାଧାରଣ ଙ୍କ ପାଖେ ସରକାର ଙ୍କ ସମସ୍ତ ଜନ ବିକାଶ ବହୁମୁଖୀ ଯୋଜନା ସତପ୍ରତିଶତ ପହଞ୍ଚାଇବା ଏବଂ ସମସ୍ତ ଉନ୍ନତି ମୂଳକ କାମ ର ତ୍ୱରାନ୍ୱିତ କରାଇବାପାଇଁ ଆଶ୍ୱାସନା ଦେଇଥିଲେ I ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଚଞ୍ଚଳା ପାଣ୍ଡେ, ଅମ୍ବିକା ମୁଣ୍ଡା ,ସୁରୁବାଲି ଭୁଏ ,ଚିତ୍ରା କିସାନ ଏବଂ ସୁଭଦ୍ରା ଯୋଜନା ରେ ସଂଯୁକ୍ତା ଜେନା , ନିରୁପମା ଓରାମ ଓ ଅନିତା ମୁଣ୍ଡା ହିତାଧିକାରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ଅର୍ଥରାଶି ପ୍ରଦାନ କରାଯାଇଥିଲା । ଶେଷରେ ସମ୍ବଲପୁର ମହାନଗର ନିଗମ ର କମିଶନର ବେଦଭୂଷଣ ଧନ୍ୟବାଦ ଭାଷଣ ଦେଇଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଥିଲା । ଏହି ପ୍ରରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ବିକାଶ ମେଳରେ ୨୫ ରୁ ଉର୍ଦ୍ଧ୍ଵ ଟି ଷ୍ଟଲ କରାଯାଇଛି l ଯଉଁଥିରେ ବିଭିନ୍ନ ବିଭାଗର ବିକାଶ ଓ ସଫଳତା ସମ୍ପର୍କରେ ପ୍ରଦର୍ଶନୀ ହେଉଥିଲା l ଏହା ସହିତ ମହିଳା ଗୋଷ୍ଠୀ ର ସଦସ୍ୟ ମାନେ ବିଭିନ୍ନ ଦ୍ରବ୍ୟ ମଧ୍ୟ ବିକ୍ରି କରୁଥିଲେ I ଏହି ଉତ୍ସବରେ ସମସ୍ତ ବ୍ଲକ ରୁ ଆସିଥିବା ମହିଳା, ଏମ.ବି.କେ, ସି.ଆର.ପି, ସ୍ଥାନୀୟ ବୁଦ୍ଧିଜୀବୀ, ଜନସାଧାରଣ, ସ୍ଵୟଂ ସହାୟକ ଗୋଷ୍ଠୀ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ର ଶେଷରେ ସମ୍ବଲପୁର କୁ ସ୍ଵଚ୍ଛ ଓ ସୁନ୍ଦର କରିବା ଉଦ୍ଦେଶ୍ୟ ରେ ସମସ୍ତେ ସ୍ଵଚ୍ଛତା ର ଶପଥ ପାଠ କରିଥିଲେ। ସ୍ଵଛତା ହି ସେବା ପରିପ୍ରେକ୍ଷୀ ରେ ରବିବାର ସନ୍ଧ୍ୟାରେ ମନ୍ଦେଲିଆ ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗାୟିକା ଅନ୍ତରା ଚକ୍ରବତୀ ଓ ଗାୟକ ସତ୍ୟଜିତ ପ୍ରଧାନ, ହାସ୍ୟ ଅଭିନେତା ରିତେନ ପଟନାୟକ ସାଙ୍କୃତିକ କାର୍ଯ୍ୟକର୍ମ ପରିବେଷଣ କରିଥିଲେ।