Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୁଣ୍ଡୀ ସମାଜର ନୂଆଖାଇ ଭେଟ ଘାଟ

ସମ୍ବଲପୁର:ଆଜି ରବିବାର ଦିନ ଦଶଟା ସମୟରେ ବରଗଡ଼ ଶୁଣ୍ଢୀ ସମାଜର ନୂଆଖାଇ ଭେଟ ଘାଟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ମହା ସମାରୋହରେ ପାଳିତ ହୋଇ ଯାଇଛି । ସଭାପତି ଶ୍ରୀଯୁକ୍ତ ଉଦ୍ଧବ ଚରଣ ବେହେରା ସମାଜର କାର୍ଯ୍ୟ କଳାପ ସମ୍ପର୍କରେ ଅବଗତ କରିଥିଲେ ।,ବରଗଡ଼ ନାରୀ ମଣ୍ଡଳୀକୁ ଭଲକାମ କରିଥିବା ସକାଶେ ନିଖିଳ ଉତ୍କଳ ସୂଣ୍ଢି ସମାଜ ସମ୍ମାନିତ କରିଥିବା ଫଳକୁ ଶ୍ରୀଯୁକ୍ତ ରବୀନ୍ଦ୍ର ସାହୁ ନାରୀମଣ୍ଡଳୀକୁ ପ୍ରଦାନ କରିଥିଲେ ।ଗତ ପଚିଶ ତାରିଖ ରେ ହୋଇଥିବା ରକ୍ତଦାନ ଶିବିର ରେ ରକ୍ତଦାନ କରିଥିବା ସଭ୍ୟଙ୍କୁ ସାର୍ଟିଫିକେଟ ପ୍ରଦାନ କରାଗଲା,ସମାଜର ବାୟୋଜେଷ୍ଟ ସଭ୍ୟ ଗଙ୍ଗାଧର ବେହେରା,ଶ୍ରୀମତୀ ଅନୁଷୟା ବେହେରା,ଶ୍ରୀ ବେହେରାଙ୍କୁ ସମ୍ମାନିତ କରାଗଲା ।ଶିଶୁ ଓ ନାରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଗଲା,ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଦିଆଯାଇଥିଲା,ସମାଜର ବୟୋଜ୍ୟେଷ୍ଠ ବ୍ୟକ୍ତି ଗଣ ତାଙ୍କର ମତାମତ ରଖିଥିଲେ ।ଏହି ଉତ୍ସବରେ ଡ଼ା.ପାଣ୍ଡବ ବେହେରା,ଶରତ ବେହେରା,ପ୍ରକାଶ ବେହେରା,ନୀଳମାଧବ ସାହୁ, ଅଶୋକ ପରିଡ଼ା,ସୁଧୀର ସାହୁ,ରାଜୁ ଚୌଧୁରୀ, ଅଶୋକ ବେହେରା,ନିରଞ୍ଜନ ବେହେରା,ଯୁବ ସଭାପତି ରାଜ କିରଣ ନାୟକ,ଶିବ ବେହେରା,ଗଣେଶ ବେହେରା,ବାହାଦୁର ବେହେରା ଯୋଗଦେଇଥିଲେ,ନାରୀନେତ୍ରୀ ଅନୁପମା ବେହେରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ,ଶ୍ରୀମତୀ ସୁନୀତା ବେହେରା,ଦିପ୍ତିଲତ। ବେହେରା,ସୀମା ବେହେରା, ଦିପମାଲ ସାହୁ,ଜ୍ୟୋତ୍ସ୍ନା ବେହେରା, ସଞ୍ଜୁ ବେହେରା,ସତ୍ୟପ୍ରିୟ ବେହେରା, ମାନି,ଗୀତା,ଜ୍ୟୋତିର୍ମୟୀ ବେହେରା,ମିଲିପାମା ,ମୀନାକ୍ଷୀ, ରୀତା,ଓ ରୋଜିଶ୍ମିତା ବେହେରା ପରିଚାଳନାରେ ସହଯୋଗ କରିଥିଲେ,ଶେଷରେ ସୁଜାତା ବେହେରା ଧନ୍ୟବାଦ୍ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ