ରେଙ୍ଗାଲି ବ୍ଲକରେ ଜନ ଅଭିଯୋଗ ଶୁଣାଣି


ସମ୍ବଲପୁର,୨୪/୦୯(ଆନିସ):ରେଙ୍ଗାଲିବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସମ୍ବଲପୁର ଏବଂ ଏସ.ପି ସମ୍ବଲପୁର ଙ୍କ ର ମିଳିତ ଜନ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଥିଲା। ମୋଟ ୭୪ ଟି ଆବେଦନ ଗ୍ରହଣ କରାଯାଇଥିଲା।ଯେଉଁଥିରୁ ୬୧ ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବାବେଳେ, ୧୩ ଟି ସମସ୍ୟା ଗ୍ରାମୀଣ ସମସ୍ୟା ସହିତ ଜଡିତଥିଲା।ଜିଲ୍ଲାପାଳ ସମ୍ବଲପୁର ଅଭିଯୋଗ ଶୁଣାଣି ପୂର୍ବରୁ ୨ ଜଣ ହିତାଧିକାରୀଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ।ଆସନ୍ତା ସେପ୍ଟେମ୍ବର ମାସ ୩୦ ତାରିଖ ରେ ଯୁଯୁମୁରା ବ୍ଲକ୍ କାର୍ଯ୍ୟାଳୟ ଠାରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।