Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଳନ ହେଲା ପୁଅ ଜିଉନ୍ତିଆ:ପୁଅର ଶୁଭ ମନାସିଲେ ମା, ପଶ୍ଚିମ ଓଡିଶା ଉତ୍ସବ ମୁଖର

ସମ୍ବଲପୁର:ପଶ୍ଚିମ ଓଡିଶା ରେ ଆଜି ପବିତ୍ର ମୂଳାଷ୍ଟମୀ ବା ପୁଅ ଜିଉନ୍ତିଆ ବିଭିନ୍ନ ଅଞ୍ଚଳ ରେ ଭକ୍ତି ସହକାରେ ପାଳନ ହୋଇଛି ।
ଏହି ପରିପ୍ରେକ୍ଷିରେ ସମ୍ବଲପୁର ସମେତ ବରଗଡ଼, ଝାରସୁଗୁଡା, ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ ପ୍ରଭୂତି ଜିଲ୍ଲାର କୋଣ ଅନୁକୋଣରେ ପୁଅ ଜିଉଁତିଆ ପାଳିତ ହୋଇଛି। ବରଗଡ଼ ଶକ୍ତି ନଗର ୱାର୍ଡ଼ ନଂ ୧୧ ର କାଉନସିଲର ସୁନନ୍ଦା ପଣ୍ଡା ଙ୍କ ନେତୃତ୍ବରେ ପ୍ରାୟ ପଚାଶ ରୁ ଉର୍ଦ୍ଧ୍ବ ମାଁ ମାନେ ନିଷ୍ଠାର ସହିତ ଏହି ବ୍ରତ ପାଳନ କରି ଦୂତି ବାହନ ଙ୍କୁ ପୂଜା କରିଥିଲେ । ସନ୍ତାନ ପ୍ରାପ୍ତି ନିମନ୍ତେ ତଥା ନବବିବାହିତା ମାନେ ମଧ୍ୟ ଏହି ବ୍ରତ ନିଷ୍ଠା ର ସହିତ ପାଳନ କଲେ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି ।
ସେହିପରି ୱାର୍ଡ ନଂ ୮ ଖଜୁରଟିକ୍ରା ସ୍ଥିତ ରାଧାରାଣୀ ବିହାର ଠାରେ କମଳା ଦାଶ ଙ୍କ ବାସଭବନରେ ପ୍ରାୟ ୩୦ ଜଣ ମାଁ ମାନେ ଏହି ବ୍ରତ ପାଳନ କରିଥିଲେ ।
ଶ୍ରଦ୍ଧା ଓ ବିଶ୍ବାସ ର ସହିତ ନିର୍ଜଳା ଉପବାସ ରହି ପୁତ୍ର କନ୍ୟା ଙ୍କ ସୁଭମନାସି ଏହି ବ୍ରତ ପାଳନ କରି ପୂଜା କରାଯାଇଥିବା ୧୦୮ ଦୂବ , ଅକ୍ଷତ ୧୦୮ ଅରୁଆ ଚାଉଳ ସହିତ ଫୁଲ ବେଲପତ୍ର ଆଦି ପୁତ୍ର କନ୍ୟା ମାନେ ନିରୋଗ ଓ ଦୀର୍ଘାୟୁ ହୁଅନ୍ତି ବୋଲି ପରଦିନ ସକାଳୁ ପୁତ୍ର କନ୍ୟା ମାନଙ୍କୁ ଆପାଦ ମସ୍ତକ ଛୁଆଁଇ ବ୍ରତ ସମାପନ କରି ପାଣି ତଥା ପ୍ରସାଦ ସେବନ କରିଥାନ୍ତି ।
ଏହି ବ୍ରତ ର ମହିମା କେଉଁ ଆବାହମାନ କାଳରୁ ବିଶ୍ବାସ ରହି ଆସିଛି ।
ଏହି ବ୍ରତ ରେ ଶକ୍ତି ନଗର ରେ ଶ୍ରୀମତୀ ବିଳାସିନୀ ଦାଶ, ସୁନନ୍ଦା ପଣ୍ଡା,ସୁପ୍ରୀୟା ଦାଶ, ଶ୍ବେତାଳିନା ପଣ୍ଡା, କଲ୍ପନା ପାଢ଼ୀ, ମମତା ଦାସ,ଲିପୁନ ସାହୁ,ଟିକି ଦାସ,ଜଲେ ବାରିକ, ଅଭିଲିପ୍ସା ପଣ୍ଡା, ସୁନନ୍ଦା କିସାନ ଆଦି ଯୋଗଦେଇଥିବା ବେଳେ ରାଧାରାଣୀ ବିହାରରେ ଅଞ୍ଜଳୀ ମିଶ୍ର,ମଧୂମିତା ପୁରୋହିତ, ଗାୟତ୍ରୀ ଦାଶ (ମୁନ୍ନୀ), ଜ୍ୟୋସ୍ନା ନାଥ,ଡଲୀ ବେହେରା,ସବିତା ହାତୀ, ସୁଚିତ୍ରା ବେହେରା, ମନ୍ଦାକିନୀ ବେହେରା, ସୁବଳୟା ହାତୀ,ଓ ଆହୁରି ଅନେକ ଉପବାସ ରହି ପୂଜାର୍ଚ୍ଚନା କରିଥିଲେ । ପଣ୍ଡିତ ଆନନ୍ଦ କୁମାର ତ୍ରିପାଠୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।ସେହିପରି ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ପୁଅ ଜିଉଁନ୍ତିଆଁ ଖୁବ ଉତ୍ସାହ ଆନନ୍ଦର ସହିତ ସମାପିତ ହୋଇଛି। ଗତକାଲି ମା ମାନେ ନିର୍ଜଳା ଉପବାସ କରି ଆଜି ନିଜର ପୁତ୍ର ସନ୍ତାନ ମାନଙ୍କୁ ଦୁବ ଚଢ଼ାଇ ସେମାନଙ୍କ ମଙ୍ଗଳ କାମନା କରି ଶୁଭ ମନାସୀ ଥିଲେ। ଯେଉଁ ପରିବାରରେ ପୁତ୍ର ସନ୍ତାନ ନାହାନ୍ତି ସେହି ପରିବାର ନିଜର କନ୍ୟା ସନ୍ତାନକୁ ପୁଅର ମାନ୍ୟତା ଦେଇ ସୁଖମୟ ଓ ନିରୋଗ ଜୀବନ କାମନା କରି ସେମାନଙ୍କ ଶୁଭ ମନାସୀ ଥିବା ଦୃଷ୍ଟି ଗୋଚର ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ