Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାର୍ବଜନୀନ ଦୁର୍ଗା ପୂଜା ଲଡୁଗାଁ, ପ୍ରତିମା ନିର୍ମାଣ ପାଇଁ ମାଟି ପୂଜନ କାର୍ଯ୍ୟକ୍ରମ।

କଳାହାଣ୍ଡି:୨୫/୦୯
ଧରା ପୃଷ୍ଠ କୁ ଆସିଛି ପାର୍ବଣ ଋତୁ,ଧରାବତରଣ କରିଛନ୍ତି ମା ଜଗତ ଜନନୀ ଦୁର୍ଗା। ଅନେକ ସ୍ଥାନରେ ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବୁଧବାର କୋକସରା ବ୍ଲକ ଲଡୁଗାଁ ଠାରେ ପାଳନ ହେଉଥିବା ସାର୍ବଜନୀନ ଦୁର୍ଗା ପୂଜା ପାଇଁ କମିଟି ପକ୍ଷରୁ ଦୁର୍ଗାଦେବୀ ଙ୍କ ପ୍ରତିମା ନିର୍ମାଣ ପାଇଁ ମାଟି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ତିଥିରେ ପୂଜାକର୍ତ୍ତା ନିଲେଶ ଅଗ୍ରୱାଲ ଓ ଶ୍ରୀମତୀ ରୋଶନି ଅଗ୍ରୱାଲ ସପତ୍ନୀକ ମାଟି ପୂଜନ ପାଇଁ ପୁଜକ ଗୋପାଳ ଚନ୍ଦ୍ର ଠାକୁର ଙ୍କ ପୂଜାର୍ଚ୍ଚନା ପରେ ଦେବୀ ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ ମାଟି ଅନୁକୂଳ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଦୁର୍ଗା ପୂଜା କମିଟିର ସଭାପତି
ବନମାଳୀ ମାଝୀ ,ସମ୍ପାଦକ ମୋହନ ଚରଣ ଦାସ , ସହ ସମ୍ପାଦକ ଶ୍ରୀମନ୍ତ ପାଢ଼ୀ,କୋଷାଧ୍ୟକ୍ଷ ମୁକେଶ କୁମାର ଅଗ୍ରୱାଲ , ସାଂସ୍କୃତିକ ସମ୍ପାଦକ ବିସିକେଶନ ଠାକୁର ,ଉପଦେଷ୍ଟା ରାଜୀବ କୁମାର ଅଗ୍ରୱାଲ,ଧ୍ୱଜ ମହାନନ୍ଦ ,ରବି ନାରାୟଣ ଦାସ, ଆଲୋକ ଦାସ ସମେତ ଲଡୁଗାଁ ର ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ।