Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧ ଯାଏ ବର୍ଷା; ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ମେ ୧ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବର୍ଷା ସହ ଘଡଘଡି ବିଜୁଳି ସମ୍ଭାବନା ଥିବା ମଧ୍ୟ କହିଛି ପାଣିପାଗ ବିଭାଗ। ଆଜି ରାଜ୍ୟରେ କାଳେବୖଶାଖୀର ପ୍ରଭାବ ଅଧିକ ରହିବ। ଏଥିପାଇଁ ୧୯ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଏଥିପାଇଁ ଲୋକଙ୍କୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର।

କାଳବୈଶାଖୀର ପ୍ରଭାବ ଜାରି ରହିଥିବାରୁ ଆସନ୍ତା ମେ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ତାତି ବୃଦ୍ଧି ହେବାର ସମ୍ଭାବନା ନଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ