Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବିଜେପି ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଙ୍କ ଜନ୍ମ ଜୟନ୍ତୀ ପାଳିତ

ସମ୍ବଲପୁର:ଏକାତ୍ମମାନବବାଦ ର ପୁରୋଧା ତଥା ବିଶିଷ୍ଟ ରାଷ୍ଟ୍ରବାଦୀ ନେତା ସ୍ବର୍ଗତ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଙ୍କ ଆଜି ଜନ୍ମ ଜୟନ୍ତୀ । ସମ୍ବଲପୁର ବିଜେପି ପକ୍ଷରୁ କଚେରୀ ରୋଡ ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଆଜି ତାଙ୍କର ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି ।
କାର୍ଯ୍ୟକ୍ରମ ରେ ପ୍ରଥମେ ଭରତ ମାତା, ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଓ ଡ. ଶ୍ୟମା ପ୍ରସାଦ ମୂଖାର୍ଜୀ ଙ୍କ ଫଟୋ ରେ ଦୀପ ପ୍ରଜ୍ବଳନ କରି ପୂଷ୍ପାର୍ଘ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା
। ପରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୀବନୀ ଓ ରାଷ୍ଟ୍ର ପ୍ରତୀ ତାଙ୍କର ତ୍ୟାଗ ଓ ବଳିଦାନ ବିଷୟରେ ଆଲୋକପାତ କରାଯାଇଥିଲା । ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ସ୍ବପ୍ନ କୁ ସାକାର କରିବା ପାଈଁ ସମସ୍ତେ ନିଶ୍ୱର୍ଥ ଭାବେ ରାଷ୍ଟ୍ର ସେବା ପାଈଁ ସମର୍ପିତ ହେବା ପାଈଁ ପ୍ରତିଜ୍ଞା ନେଇଥିଲେ ।
ଆଜିର କାର୍ଯ୍ୟକ୍ରମ ରେ ନାଉରୀ ନାୟକ, ରଞ୍ଜନ ସେଠ୍, ଅନିଲ ବେହେରା, ମାନସ ରଞ୍ଜନ ବକ୍ସି, ସମୀର ରଞ୍ଜନ ବାବୁ, ଫଣି ଭୂଷଣ ମିଶ୍ର, ସଞ୍ଜୟ ଷଡ଼ଙ୍ଗୀ, ସମ୍ଭୁ ବରେଲିଆ, ଅଜିତ୍ ବେହେରା, କାହ୍ନୁରମ୍ ଶର୍ମା, ଜୟଶ୍ରୀ ମିଶ୍ର, ଶିବ ଦିୱାନ୍ ପ୍ରମୁଖ ସାମିଲ ଥିଲେ ।