ଜନ ଆରୋଗ୍ୟ ସମିତି (ଜସ)ର ବାର୍ଷିକ ବୈଠକ ଅନୁଷ୍ଠିତ
 
        ବଲାଙ୍ଗିର:- ଜିଲ୍ଲା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ( ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ) ଶାସ୍ତ୍ରୀ ନଗର ପରିସର ମଧ୍ୟରେ ସ୍ୱାସ୍ଥ୍ୟ କେନ୍ଦ୍ରର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବଲାଙ୍ଗିର ସହର ଅନ୍ତର୍ଗତ ପ୍ରତ୍ୟେକ ସରକାରୀ ଓ ବେସରକାରୀ ବିଭାଗର ପ୍ରତିନିଧି ଯଥା ପୂର୍ତ୍ତ ବିଭାଗ, ପୌର ପାଳିକା, ଜନ ସ୍ୱାସ୍ଥ୍ୟ ବିଭାଗ, ମୁଖ୍ୟ ଚାରି ଗୋଟି ବିଦ୍ୟାଳୟ, ଏନଜିଓ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଉକ୍ତ ବୈଠକରେ ବଲାଙ୍ଗିର ସହରର ୫୦,୦୦୦ ଜନବସତି ଅଞ୍ଚଳରେ ସାଧାରଣ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଆହୁରି ଉତ୍କୃଷ୍ଟତର ଓ ସ୍ୱାସ୍ଥ୍ୟ ସେବା ଗୁଡିକ ସମ୍ପ୍ରସାରିତ କରିବାକୁ ନେସନାଲ ପିସ ୟୁନିସନର ନିର୍ଦେଶକ ଓ ଚେୟାରମ୍ୟାନ ଶ୍ରୀ ସତ୍ୟ ରଞ୍ଜନ ଓ ରବି ରଞ୍ଜନ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଉପ ପ୍ରକଳ୍ପ ଅଧିକାରୀ ଶ୍ରୀ ରାମାନୁଜ ପଣ୍ଡାଙ୍କୁ ବୈଠକରେ ପ୍ରସ୍ତାବ ଦେଇଥିବା ବେଳେ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ସଂସ୍ଥାନ ସମୂହ ବିଭିନ୍ନ ପ୍ରସ୍ତାବ ଦେଇ ଏହାକୁ ସୁପରିଚାଳନା ପାଇଁ ବୈଠକ ରେ ମତବ୍ୟକ୍ତ କରିଥିଲେ।

 
                        
 
                                 
                                 
                                 
                                 
                                