ଯଉରlଭଉରl ପଞ୍ଚାୟତ ରେ ବରିଷ୍ଠ ନାଗରିକଙ୍କ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଯଉଁରାଭାଉଁରା ପଂଚାୟତ କାର୍ଯ୍ୟାଳୟ ଠାରେ ଗୁରୁବାର ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ଶିବିରକୁ ବିଭିନ୍ନ ବିଭାଗରୁ ଡାକ୍ତର ଶୁଭେନ୍ଦୁ ଚୌଦୂରୀ , ଡାକ୍ତର ରଶ୍ମି ରଞ୍ଜନ ହୋତା , ଡାକ୍ତର କୃତି ବାସ ସୁବୁଦ୍ଧି ପ୍ରମୁଖ ଯୋଗଦେଇ 150 ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ବଣ୍ଟନ କରାଯାଇଥିଲା l ଭାରପ୍ରାପ୍ତ ସିଡିଏମଓ ରମେଶ ଚନ୍ଦ୍ର ସ୍ୱାଇଁ ଶିବିରକୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ l ଶିବିରକୁ ପିଇଓ ସ୍ୱୟମ୍ଭୁ ପୁରୋହିତ , ସରପଞ୍ଚ ସୁନିତା ସିଙ୍ଗରା , ବିଏସଏସଓ ରୀତିକା ପଧାନ , ଜିଆରଏସ ମନୋମହନ ମିଶ୍ରଙ୍କ ସମେତ ସମିତିସଭ୍ୟା , ଅଙ୍ଗନବାଡି କର୍ମୀ , ପଂଚାୟତର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ବିଶେଷ କରି ଏହି ପଂଚାୟତ ଟି ର ଗ୍ରାମ ଗୁଡିକ ଦୁର୍ଗମ ଅଂଚଳ ହୋଇଥିବା ରୁ ଅନେକ ସମୟ ରେ ଜନସାଧାରଣ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ହୋଇଥାନ୍ତି l ପଂଚାୟତ ତରଫରୁ ଲୋକ ମାନଙ୍କୁ ସ୍ଵାସ୍ତ୍ୟ ସେବା ଯୋଗାଇ ଦେଇ ଥିବା ରୁ ଜନସାଧାରଣ ପ୍ରଶାସନ କୁ ସାଧୁବାଦ ଜଣାଇ ଥିଲେ l