Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକସ୍ତରୀୟ ସଅଳ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ବ୍ଲକ ସାହାଜପିଟା ଠାରେ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସଅଳ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ରାମ ଶଙ୍କର ତ୍ରିପାଠୀ ଏବଂ ରାଜ୍ୟ ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରାମର୍ଶଦାତା ଅଧିକାରୀ ଚନ୍ଦଣେଶ ମିଶ୍ର ଅତିଥି ଭାବେ ଯୋଗଦେଇ ଏହି ଶିବିର ର ଶୁଭାରମ୍ଭ କରିଥିଲେ। ଏହି ସ୍ଵାସ୍ଥ୍ୟ ଶିବିରରେ ଜନ୍ମରୁ ୧୮ ବର୍ଷ ବୟସର ଶିଶୁ ମାନଙ୍କ ରୋଗ ଚିହ୍ନଟ ସହ ସେମାନଙ୍କୁ ସ୍ଵାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା। ଏହି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଭାରପ୍ରାପ୍ତ ଅଧିକାରୀ ସାହାଜପିଟା ଡ଼. ପୂଜାଶ୍ରୀ ମିଶ୍ର ଙ୍କ ତତ୍ୱାବଧାନ ପରିଚାଳନା କରାଯାଇଥିଲା ବେଳେ ଶିବିରରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡିଇଆଇସି ର ଆରବିଏସକେ ମ୍ୟାନେଜର ବିଧୁଭୂଷଣ ପତି, ଅଡିଓଲଜିଷ୍ଟ ଅଭୟ ଲେଙ୍କା, ଫିଜିଓଥରାପିଷ୍ଟ ଡ଼. ସୋମେଶ ରଞ୍ଜନ ପଣ୍ଡା, ସ୍ପେସିଆଲ ଏଜୁକେଟର ରତନ ବିଶ୍ୱାଳ ଓ ଦନ୍ତ ଚିକିତ୍ସକ ଡ.ସତ୍ୟନାରାୟଣ ପଣ୍ଡା, ସାମାଜିକ କର୍ମୀ ଅଶ୍ୱିନୀ ଶତପଥି ଯୋଗଦାନ ଦେଇଥିଲେ ଓ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ତୁଳଇବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ର RBSK ଟିମ୍ ର ଡ଼. ସରୋଜ କୁମାର ପଟେଲ, ଡ଼. ଚିତ୍ତରଞ୍ଜନ ତ୍ରିପାଠୀ, ଫାର୍ମାସିଷ୍ଟ ହୃଷିକେଶ ମିଶ୍ର, ଜଗଦୀଶ ଦାଶ, ସୁଶାନ୍ତ ନାଇକ, ଲୋଚନ ବାଗ, ରଶ୍ମିତା ସାହୁ ମହିଳା ସ୍ୱାସ୍ଥ୍ୟକର୍ମୀ ଗୀତାଞ୍ଜଳି ସାହା, ଶୁଭଲଷ୍ମୀ ବାଗ ଓ ଆଶା ଦିଦି ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ