ରାଉରକେଲା: ଅସୁରକ୍ଷିତ ରାଉରକେଲା । ପ୍ରାୟ ପ୍ରତିଦିନ ଆସୁଛି ନାରୀ ନିର୍ଯାତନା ଅଭିଯୋଗ । କିଛି ଦିନ ମଧ୍ୟରେ ଦୁଇଟି ଗଣ ଦୁଷ୍କର୍ମ ଓ ଦୁଷ୍କର୍ମ ସହ ଅନ୍ୟ ମାମଲା ଆସୁଛି । ଯାହାର ପ୍ରତିବାଦରେ ଗତକାଲି ବିଭିନ୍ନ ସଙ୍ଗଠନ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୁଣି ଏମ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।
ରାଉରକେଲାର ଉଦିତନଗର ଥାନା ଅଞ୍ଚଳରେ ଜଣେ ୧୧ ବର୍ଷିୟା ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ନାବାଳିକା ରହୁଥିବା ଭଡ଼ା ଘର ମାଲିକଙ୍କ ଶାଳକ ତାଙ୍କୁ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି ।