Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଵିଜ୍ଞାନ ମଣିଷକୁ ନୂଆଁ ବାଟ ଦେଖାଏ,ବ୍ୟକ୍ତିତ୍ୱ ବିକାଶ ହିଁ ସମାଜର ବିକାଶ

ସମ୍ବଲପୁର ତା।୨୯.୯.୨୪ ଦିନ ପୂର୍ବାହ୍ନ ରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ଚତୁରବିଂଶତମ ସପ୍ତାହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଲାଇବ୍ରେରି ର ନିଜସ୍ୱ ପ୍ରେକ୍ଷାଳୟରେ ସମାପିତ ହୋଇଯାଇଛି।ପ୍ରଥମ ଅଧିବେଶନ ଆରମ୍ଭରୁ ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ପରେ ବୁଢାରଜା ସରକାରୀ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀମତୀ ସୁମିତା ପତ୍ରୀ, ବିଶିଷ୍ଟ ବୈଜ୍ଞାନିକ ସାର ଆଇଜାକ ନିଉଟନ ଙ୍କ ଜୀବନି ଓ ତାଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ନିୟମ ଉପରେ ଆଲୋଚନା କରି ବିଜ୍ଞାନ ଜଗତ କୁ ତାଙ୍କର ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ।
ପ୍ରଶିକ୍ଷଣ ର ଦ୍ଵିତୀୟ ପର୍ଯ୍ୟାୟ କୁ ଆରମ୍ଭକରି ପ୍ରାକ୍ତନ ବେଙ୍କ ଅଧିକାରୀ ଶ୍ରୀଯୁକ୍ତ ପୃଥ୍ବୀରାଜ ମିଶ୍ର “ବ୍ୟକ୍ତିତ୍ୱ ବିକାଶ”ଉପରେ ଆଲୋଚନା ଆରମ୍ଭ କରି ଦୈନଦିନ ଜୀବନ ରେ ମଣିଷ ର ଜୀବନଧାରା,ଜୀବନଶୈଳୀ, କାର୍ଯ୍ୟବଳୀ, ଶ୍ରବଣ,ଲିଖନ,ପଠନ ଓ ଆଚରଣ,ଉଚ୍ଚାରଣ ଉପରେ ନିର୍ଭର କରେ ଵୋଲି କହି ସମାଜ ର ବିକାଶ ବ୍ୟକ୍ତତ୍ୱ ବିକାଶ ରୁ ହୁଏ ବୋଲି କହିଥିଲେ।ତେଣୁ ଏ ଦିଗରେ ବିଶେଷ ଧ୍ୟାନ ଦେବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ।ସଂଚାଳକ ଶ୍ରୀ ରାଜେନ୍ଦ୍ର ପଣ୍ଡା ପ୍ରାରମ୍ଭ ରେ ମୌଳିକ ଇଂରାଜୀ ଶିକ୍ଷା ପ୍ରଦାନ ସହ ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ଶ୍ରୀ ବିଜୟ କୁମାର ସାହୁ ବୈଷୟିକ ସାହଯ୍ୟ ପ୍ରଦାନକରିଥିଲେ। ଆଜିର ପ୍ରଶିକ୍ଷଣ ଶିବିର ରେ ପ୍ରଶିକ୍ଷର୍ଥୀ ଙ୍କ ମଧ୍ୟରୁ ହୁମେରା ବାନୋ ,ଦୀପ୍ତି ରଞ୍ଜନ,ସୋନାଲିକା, ସ୍ବତୀ ପରିମିତା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶିବିର ରେ ପ୍ରୋଫାସର ଆଦିତ୍ୟ ପ୍ରସାଦ ପାଢ଼ୀ,ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା,ରଘୁନାଥ ମିଶ୍ର,ବିଭୁତି ନାରାୟଣ ମାଝୀ,ଗୋଳକ ବିହାରୀ ମିଶ୍ର,ଡ଼. ଗିରିଧାରୀ ହୋତା ,ପ୍ରଫେସର ଶଙ୍କର ପ୍ରସାଦ ପତି, ମନୋଜ କୁମାର ନାଥ ଙ୍କ ସମେତ ଅନେକ ବୁଦ୍ଧିଜୀବୀ ଓ ଅବିଭାବକ ଉପସ୍ଥିତ ଥିଲେ।ଜାତୀୟ ସଙ୍ଗୀତ ପରେ କାର୍ଯ୍ୟକ୍ରମ ର ସମାପ୍ତି ଘଟିଥିଲା।ଆଜିର ଶିବିରରେ ୧୪ ଟି ହାଇସ୍କୁଲ ରୁ ମୋଟ ୪୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥଲେ। ଆସନ୍ତା ରବିବାର ଦିନ ଏହି କାର୍ଯ୍ୟକ୍ରମ ଶେଷ ହେବା ର ସୂଚନା ଦିଆଯାଇଥିଲା
—————————-
ଉପରୋକ୍ତ ସମ୍ବାଦ ଟିକୁ ପ୍ରକାଶନ ପାଇଁ ଅନୁରୋଧ
ରାଜେନ୍ଦ୍ର ପଣ୍ଡା
ସମ୍ବଲପୁର:ଦିନ ପୂର୍ବାହ୍ନ ରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ଚତୁରବିଂଶତମ ସପ୍ତାହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଲାଇବ୍ରେରି ର ନିଜସ୍ୱ ପ୍ରେକ୍ଷାଳୟରେ ସମାପିତ ହୋଇଯାଇଛି।ପ୍ରଥମ ଅଧିବେଶନ ଆରମ୍ଭରୁ ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ପରେ ବୁଢାରଜା ସରକାରୀ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀମତୀ ସୁମିତା ପତ୍ରୀ, ବିଶିଷ୍ଟ ବୈଜ୍ଞାନିକ ସାର ଆଇଜାକ ନିଉଟନ ଙ୍କ ଜୀବନି ଓ ତାଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ନିୟମ ଉପରେ ଆଲୋଚନା କରି ବିଜ୍ଞାନ ଜଗତ କୁ ତାଙ୍କର ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ।
ପ୍ରଶିକ୍ଷଣ ର ଦ୍ଵିତୀୟ ପର୍ଯ୍ୟାୟ କୁ ଆରମ୍ଭକରି ପ୍ରାକ୍ତନ ବେଙ୍କ ଅଧିକାରୀ ଶ୍ରୀଯୁକ୍ତ ପୃଥ୍ବୀରାଜ ମିଶ୍ର “ବ୍ୟକ୍ତିତ୍ୱ ବିକାଶ”ଉପରେ ଆଲୋଚନା ଆରମ୍ଭ କରି ଦୈନଦିନ ଜୀବନ ରେ ମଣିଷ ର ଜୀବନଧାରା,ଜୀବନଶୈଳୀ, କାର୍ଯ୍ୟବଳୀ, ଶ୍ରବଣ,ଲିଖନ,ପଠନ ଓ ଆଚରଣ,ଉଚ୍ଚାରଣ ଉପରେ ନିର୍ଭର କରେ ଵୋଲି କହି ସମାଜ ର ବିକାଶ ବ୍ୟକ୍ତତ୍ୱ ବିକାଶ ରୁ ହୁଏ ବୋଲି କହିଥିଲେ।ତେଣୁ ଏ ଦିଗରେ ବିଶେଷ ଧ୍ୟାନ ଦେବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ।ସଂଚାଳକ ଶ୍ରୀ ରାଜେନ୍ଦ୍ର ପଣ୍ଡା ପ୍ରାରମ୍ଭ ରେ ମୌଳିକ ଇଂରାଜୀ ଶିକ୍ଷା ପ୍ରଦାନ ସହ ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ଶ୍ରୀ ବିଜୟ କୁମାର ସାହୁ ବୈଷୟିକ ସାହଯ୍ୟ ପ୍ରଦାନକରିଥିଲେ। ଆଜିର ପ୍ରଶିକ୍ଷଣ ଶିବିର ରେ ପ୍ରଶିକ୍ଷର୍ଥୀ ଙ୍କ ମଧ୍ୟରୁ ହୁମେରା ବାନୋ ,ଦୀପ୍ତି ରଞ୍ଜନ,ସୋନାଲିକା, ସ୍ବତୀ ପରିମିତା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶିବିର ରେ ପ୍ରୋଫାସର ଆଦିତ୍ୟ ପ୍ରସାଦ ପାଢ଼ୀ,ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା,ରଘୁନାଥ ମିଶ୍ର,ବିଭୁତି ନାରାୟଣ ମାଝୀ,ଗୋଳକ ବିହାରୀ ମିଶ୍ର,ଡ଼. ଗିରିଧାରୀ ହୋତା ,ପ୍ରଫେସର ଶଙ୍କର ପ୍ରସାଦ ପତି, ମନୋଜ କୁମାର ନାଥ ଙ୍କ ସମେତ ଅନେକ ବୁଦ୍ଧିଜୀବୀ ଓ ଅବିଭାବକ ଉପସ୍ଥିତ ଥିଲେ।ଜାତୀୟ ସଙ୍ଗୀତ ପରେ କାର୍ଯ୍ୟକ୍ରମ ର ସମାପ୍ତି ଘଟିଥିଲା।ଆଜିର ଶିବିରରେ ୧୪ ଟି ହାଇସ୍କୁଲ ରୁ ମୋଟ ୪୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥଲେ। ଆସନ୍ତା ରବିବାର ଦିନ ଏହି କାର୍ଯ୍ୟକ୍ରମ ଶେଷ ହେବା ର ସୂଚନା ଦିଆଯାଇଥିଲା।