Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ବଚ୍ଛତା ସେବା ଉପଲକ୍ଷେ ସୋନପୁର ବ୍ଲକ୍ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୁବର୍ଣ୍ଣପୁର ଟାଉନହଲ୍ ଠାରେ ସ୍ବଚ୍ଛତା ସେବା ୨୦୨୪ ଅବସରରେ ସୋନପୁର ବ୍ଲକ୍ ସ୍ତରୀୟ ଚିତ୍ରାଙ୍ଗନ ପ୍ରତିଯୋଗୀତା ଅନୁଷ୍ଟିତ ହୋଇଯାଇଛି। ସୋନପୁର ବିଡ଼ିଓ ଶ୍ରୀ ସୌମ୍ୟ ରଞ୍ଜନ ସ୍ବାଇଁ ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରି ସ୍ଵଚ୍ଛତା ସେବା ଉପରେ ଛାତ୍ରଛାତ୍ରୀ ଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଏଇଇ ବୈଜୟନ୍ତୀ କର୍ଣ୍ଣ, ଏବିଡିଓ ଶଶୀ ଭୂଷଣ ପ୍ରଧାନ ସଭା ଓ ପୁରସ୍କାର ବିତରଣୀ ଉତ୍ସବରେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ସ୍ୱଚ୍ଛ ସମାଜ ଓ ସ୍ୱଚ୍ଛ ଭାରତ ବିଷୟ ବସ୍ତୁକୁ ନେଇ ଚିତ୍ରାଙ୍ଗନ ପ୍ରତିଯୋଗୀତା ଅନୁଷ୍ଟିତ ହୋଇଥିବା ବେଳେ ସହର ତଥା ଗ୍ରାମାଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ଶହେରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଏଥିରେ ଭାଗ ନେଇଥିଲେ। ସବ୍ ଜୁନିଅର, ଜୁନିଅର ଓ ସିନିୟର୍ ବର୍ଗରେ ଏହି ପ୍ରତିଯୋଗୀ ମାନେ ପ୍ରତିଯୋଗୀତା ରେ ଭାଗ ନେଇଥିବା ବେଳେ ସୋନପୁର ଆର୍ଟ ସ୍କୁଲ୍ ର ଅଧ୍ୟକ୍ଷ ଆର୍ଟିଷ୍ଟ ଶ୍ୟାମ ସୁନ୍ଦର ମେହେର ଓ ଚୌଧୁରୀ ବିଭାର ବିଚାରକ ଭାବରେ ଏଥିରେ ଯୋଗ ଦେଇଥିଲେ। ସ୍କୁଲ ଶିକ୍ଷକ ଅଭିଭାବକ ଅଭିଭାବିକା ବୁଦ୍ଧିଜୀବୀ ସାମ୍ବାଦିକ ସ୍ବଚ୍ଛ ଭାରତ କର୍ମକର୍ତା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଚିତ୍ର ପ୍ରଦର୍ଶନରେ ମୁଗ୍ଧ ହୋଇଥିଲେ। ବିଆରସି ଵିବେକା ନନ୍ଦ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ବ୍ଲକ୍ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।