ମିଶନ ଶକ୍ତି ଗୃହରେ ଝୁଲୁଛି ତାଲା ; କାର୍ଯ୍ୟ ବନ୍ଦ ଡାକରା ଦେଇ ପାରିଶ୍ରମିକ ନ ପାଇ ଚିନ୍ତାରେ କର୍ମଚାରୀ


ବୀରମହାରାଜପୁର : (ସୌମିତ୍ରି ମେହେର) ରାଜ୍ୟ ର ୭୦ ଲକ୍ଷ ରୁ ଅଧିକ ମହିଳା ଙ୍କୁ ସଶକ୍ତ ଓ ଆତ୍ମ ନିର୍ଭର ଭାବେ ଗଢି ତୋଳିବା ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ମାଧ୍ୟମ ରେ ବହୁ କାର୍ଯ୍ୟକ୍ରମ, ଯୋଜନା ହାତକୁ ନେଇ ଥିଲେ । ଯାହାର ସୁଫଳ ମଧ୍ୟ ତୃଣ ମୂଳ ସ୍ତର ରେ ଦେଖିବାକୁ ମିଳିଥିଲା । ଓଡ଼ିଶା ର ମିଶନ ଶକ୍ତି ବିଭାଗ କୁ ଜାତୀୟ ସ୍ତର ରେ ଭୂରି ଭୂରି ପ୍ରଶଂସା ମିଳୁଥିଲା । ମାତ୍ର ରାଜ୍ଯ ରେ ମୋହନ ସରକାର ଆସିବା ପରଠାରୁ ମିଶନ ଶକ୍ତି ଶକ୍ତି ହରାଇବା ରେ ଲାଗିଛି । ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ରେ ଜଡିତ ଥିବା ୬ ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ତଥା ଏମ ବି କେ , ବ୍ୟାଙ୍କ୍ ମିତ୍ର , ସିଆର୍ ପି , କୃଷି ମିତ୍ର , ପ୍ରାଣୀ ମିତ୍ର , ଏଲ ଏସ ପି ଆଦି ତୃଣ ମୂଳ ସ୍ତର ର କର୍ମଚାରୀ ମାନେ ଗତ ଏପ୍ରିଲ ମାସରୁ ପାରିଶ୍ରମିକ ପାଇ ନାହାନ୍ତି । ମିଶନ ଶକ୍ତି ଓଡ଼ିଶା ଜୀବିକା ମିଶନ ମାଧ୍ୟମ ରେ ସରକାର ଙ୍କ ସମସ୍ତ ଯୋଜନା କୁ ଲାଗୁ କରିବା ରେ ଏମାନଙ୍କ ପ୍ରମୁଖ ଭୂମିକା ଥିବା ବେଳେ କଣ ପାଇଁ ସେମାନଙ୍କୁ ଦରମା ମିଳି ପାରୁ ନାହିଁ ତାହାର ଉତ୍ତର କାହା ପାଖ ରେ ନାହଁ। ଦୀର୍ଘ ଦିନ ଧରି ବିଭାଗ ର ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କୁ ଜଣାଇଲେ ମଧ୍ୟ ସେ ଦିଗରେ ଏ ପର୍ଯ୍ୟନ୍ତ କୌଣସି ପ୍ରକାର ସମାଧାନ ହୋଇ ନାହଁ । ତେଣୁ ଗତ ୨୫-୯-୨୦୨୪ ରେ ରାଜ୍ଯ ର ସମସ୍ତ ଜିଲ୍ଲା ରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପାଳ , ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ର ଅଧିକାରି ମାନଙ୍କୁ ଦାବି ପତ୍ର ଦେଇ କାର୍ଯ୍ୟ ବନ୍ଦ ରଖିଛନ୍ତି। ଠିକ୍ ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ର ମୋଟ୍ ୬ ଟି ବ୍ଲକ୍ ର ୧୦୯ ଟି ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ରେ ଗତ ୨୫ ତାରିଖ ଠାରୁ କାର୍ଯ୍ୟ ବନ୍ଦ୍ ଅଛି। ଦୁଃଖ ର ବିଷୟ କାର୍ଯ୍ୟ ବନ୍ଦ୍ ର ୬ ଦିନ ବିତି ଗଲେ ମଧ୍ୟ ରାଜ୍ଯ ସରକାର ଙ୍କ ପକ୍ଷ ରୁ କୌଣସି ପ୍ରକାର ସମାଧାନ ହୋଇପାରି ନାହିଁ। ଖରା , ବର୍ଷା , ଶୀତ କୁ ଖାତିର ନ କରି ତୃଣମୂଳ ସ୍ତରରୁ ୬ ଗୋଟି ସପୋର୍ଟ ଷ୍ଟାଫ୍ ଙ୍କ ଅକ୍ଲାନ୍ତ ପରିଶ୍ରମ ବଳରେ ମିଶନ ଶକ୍ତି ଆଜି ଏକ ପରିଚୟ ସୃଷ୍ଟି କରିପାରିଛି । କିନ୍ତୁ ନୂଆ ସରକାର ଆସିବା ପରଠାରୁ କାହିଁକି ତାଙ୍କ ଦରମା ଅଟକି ରହିଛି କାହା ପାଖରେ ଉତ୍ତର ନାହିଁ । ଆଗାମୀ ଦିନରେ ରାଜଧାନୀ ଭୁବନେଶ୍ବର ରେ ଓଡ଼ିଶାର ସମସ୍ତ ଜିଲ୍ଲାର ଛ ଗୋଟି କମ୍ୟୁନିଟି କେଡ଼ର ସପୋର୍ଟ ଷ୍ଟାଫ ଲକ୍ଷ ଲକ୍ଷ ମହିଳା ଜୋରଦାର ଆନ୍ଦୋଳନ ଉଗ୍ର ରୂପ ନେଇ ପାରେ ବୋଲି ଚର୍ଚ୍ଚା ହେଉଛି ।