Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନୁପାଲି ସାର୍ବଜନୀନ ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଇଁ କୌତୁକ ବେଶ ପ୍ରତିଯୋଗିତା

ସମ୍ବଲପୁର:ଚଳିତ ବର୍ଷ ଧନୁପାଲି ସାର୍ବଜନୀନ ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଅବସର ଧନୁପାଲି ଦୁର୍ଗାପୂଜା କମିଟି ଆୟୋଜିତ ସ୍ଥାନୀୟ ଶ୍ରୀ ଗଣେଶ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ବିଦ୍ୟାଳୟସ୍ତରୀୟ କୌତୁକ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ବଲପୁର ସହରର ବିଭିନ୍ନ ବିଦ୍ୟାଳୟରୁ ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବର କାର୍ଯ୍ୟକାରୀ ସଭାପତି ମୁରଲୀଧର ପାତ୍ର, ସାଧାରଣ ସମ୍ପାଦକ ପ୍ରମୋଦ ମହାପାତ୍ର, କୋଷାଧ୍ୟକ୍ଷ ଦେବାଶୀଷ ମିତ୍ର ଏବଂ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ତୁଷାର ମିଶ୍ର ଉପସ୍ଥିତ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ I ସାଂସ୍କୃତିକ ସମ୍ପାଦକ ଅଶୋକ ପଟ୍ଟନାୟକ ପ୍ରତିଯୋଗିତାକୁ ପରିଚାଳନା କରିଥିବାବେଳେ ସଂଜୀବ ପାଢ଼ୀ, ସନ୍ତୋଷ ରାୟଗୁରୁ ତଥା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ I ବିଚାରକ ଭାବରେ ବିଶିଷ୍ଟ ମଞ୍ଚଅଭିନେତ୍ରୀ ତୃପ୍ତି ମିଶ୍ର, ଦିଲୀପ ଦେବ ଏବଂ ମାନସ ରଞ୍ଜନ ମିଶ୍ର ଯୋଗଦାନ କରିଥିଲେ I ଏଥିରେ ବର୍ଗ ‘କ’ରେ ଶିବାଂଶ ପଣ୍ଡା ପ୍ରଥମ, ସ୍ୱର୍ଣ୍ଣାଦି ରଥ ଦ୍ବିତୀୟ, ଜ୍ୟୋତିଶ୍ରୀ ସାମଲ ଏବଂ ଶାୟୋନା କୁଷ୍ଟା ତୃତୀୟ, ବର୍ଗ ‘ଖ’ରେ ରିୟାଂଶ ପାଣିଗ୍ରାହୀ, ସାଇ ସୂର୍ଯ୍ୟାଶ ପଣ୍ଡା, ଜିଜ୍ଞାସା ମୁଣ୍ଡା, ବର୍ଗ ‘ଗ’ ଶ୍ରେୟାଂଶ ପଣ୍ଡା, ଆଦ୍ୟା ଆବାହନୀ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । ଗତ ୨୨ ତାରିଖ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାର ତାର ‘କ’ ବର୍ଗରେ ସାଇଶ୍ରୀ ବାଗ୍ ପ୍ରଥମ, ଅଜିତ ‘ଖ’ ବର୍ଗରେ ପୋଢ଼ ଏବଂ ସିମ୍ବୋଲି ପ୍ରଧାନ ଦ୍ଵିତୀୟ, ଆଏଶା ଜାଲ୍ ଏବଂ କସ୍ମିତା କିଷାନ୍ ତୃତୀୟ, ‘ଖ’ ଅନୁପ୍ରଭା ବେହେରା ପ୍ରଥମ, ସ୍ଵର୍ଶରୂପାଲି ବେହେରା ଏବଂ ଶ୍ରିୟା ସାହା ଦ୍ବିତୀୟ, ସିମ୍ରନ୍ ରାଉତ ଏବଂ ଅଙ୍କିତା । ପ୍ରିୟଦର୍ଶିନୀ ତୃତୀୟ, ‘ଗ’ ବର୍ଗରେ ସୌରୀଶ ସୌରୀଶ ଘୋଷ ପ୍ରଥମ, ନିରାଲି ନିବେଦିତା ଏବଂ ଅର୍ପିତ ପାଢ଼ୀ ଦ୍ଵିତୀୟ, ସୌମ୍ୟାଶ୍ରୀ ସେଠୀ ଏବଂ ପୁନମ୍ ମେହେର ତୃତୀୟ ତଥା ‘ଘ’ ବିଭାଗରେ ଖୁସୀ ସାହା ପ୍ରଥମ, ଅଭିଷେକ ବିଶ୍ଵାଳ ଏବଂ ଆୟୁଷ୍ମାନ୍ ଦାସ ଦ୍ବିତୀୟ, ସୁମନ ପଟେଲ ଏହି ଏବଂ କ୍ରିଷ୍ଣା ମହାରଣI ତୃତୀୟ ହୋଇଛନ୍ତି I କୃତୀ ପ୍ରତିଯୋଗୀମାନଙ୍କୁ ଦୁର୍ଗାପୂଜା ଅବସରରେ ସଂମ୍ବାନୀତ କରାଯିବ ବୋଲି ସାଂସ୍କୃତିକ ସମ୍ପାଦକ ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ