Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର ପୌରପାଳିକା ସଫେଇ କର୍ମୀଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ

ବଲାଙ୍ଗିର: ୦୧/୧୦ ବଲାଙ୍ଗିର ସହର ମଧ୍ୟରେ ଥିବା କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପୌରପାଳିକାରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କ ଏକ ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସବିଶେଷ ସ୍ୱାସ୍ଥ୍ୟ ନିରୀକ୍ଷଣ, ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କ ବିଭିନ୍ନ ରୋଗ ଓ ସମ୍ଭାବ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯଥା ଉଚ୍ଚନିମ୍ନ ରକ୍ତଚାପ, ମଧୁମେହ, ଜ୍ୱର କାଶ, ମେଲେରିଆ, ଯକ୍ଷ୍ମା ଇତ୍ୟାଦିକୁ ତର୍ଜମା କରାଯାଇ ଉପଯୁକ୍ତ ସ୍ୱାସ୍ଥ୍ୟ ଓ ନିରନ୍ତର ସ୍ୱାସ୍ଥ୍ୟ ଯତ୍ନ ପାଇଁ ପରାମର୍ଶ ଦିଆଯାଇଥିଲା। ଉପରୋକ୍ତ ସ୍ୱାସ୍ଥ୍ୟ ଶିବିରରେ ସର୍ବମୋଟ ୨୨୨ ରୁ ଉର୍ଦ୍ଧ୍ଵ ସଫେଇ କର୍ମଚାରୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବାବେଳେ ପ୍ରାୟ ୭୦ ଜଣ ନିଜ ରକ୍ତ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଇଥିଲେ। ସ୍ୱାସ୍ଥ୍ୟ ଶିବିର ରେ ବଲାଙ୍ଗିର ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ପକ୍ଷରୁ ଜିଲ୍ଲା ଉପସ୍ୱାସ୍ଥ୍ୟ ଅଧିକାରୀ ଡା. ଦିବ୍ୟ କିଶୋର ପତି ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦାନ କରିଥିବା ବେଳେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀ ନଗର ମେଡିକାଲ ଅଫିସର ଡା.ସତ୍ୟ ନାରାୟଣ ସାହୁ, UPHC କନ୍ଧପାଲି ମେଡିକାଲ ଅଫିସର ଡା. ଏନ.କେ. ପାଢ଼ୀ ଶ୍ରୀ ରାମାନୁଜ ପଣ୍ଡା,(ଏନ.ଏଚ.ଏମ) ଏପିଏମ ସ୍ୱାସ୍ଥ୍ୟ ଚିକିତ୍ସା ପରିଚାଳନା କରାଇଥିଲେ। ନେସନାଲ ପିସ ୟୁନିସନର ନିର୍ଦେଶକ ଓ ଚେୟାରମ୍ୟାନ ଶ୍ରୀ ସତ୍ୟ ରଞ୍ଜନ ମିଶ୍ର, ରବି ରଞ୍ଜନ ପୂଜାରୀ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶ୍ରୀ ଦେବେଶ ରାଉତ (ସ୍ୱାସ୍ଥ୍ୟ ନିରୀକ୍ଷକ NHM) ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରିଥିବା ବେଳେ ଉଭୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସଭ୍ୟ ସଭ୍ୟାଙ୍କ ସକ୍ରିୟ ଅଂଶ ଗ୍ରହଣରେ ପୌରପରିଷଦ ସଫେଇ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ଶିବିର ସୁଚାରୁରୂପେ ସମ୍ପର୍ଣ୍ଣ ହୋଇଥିଲା। ଉପରୋକ୍ତ ସ୍ୱାସ୍ଥ୍ୟ ଶିବିରକୁ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜାତୀୟ ସ୍ୱାସ୍ଥ୍ୟ ଙ୍କ ପ୍ରତକ୍ଷ ଚିକିତ୍ସା ପରିଚାଳନା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ