Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମା’ ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳିତ

ସମ୍ବଲପୁର:ଆଜି ମା ‘ ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି। ବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତ ସଭାପତିତ୍ୱ କରିବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀ,ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନଙକୁ ସ୍ୱଚ୍ଛତା ଅଭିଯାନକୁ ନେଇ ଶପଥପାଠ କରାଇଥିଲେ। ମୁଖ୍ୟ ଅତିଥି ଭାବରେ ଧମା ଗ୍ରାମ ପଞ୍ଚାୟତ ସରପଞ୍ଚ ଲଳିତା ପ୍ରଧାନ ଯୋଗଦେଇ ସ୍ୱଚ୍ଛତାର ଗୁରୁତ୍ବ ଓ ଏହା କିଭଳି ଭାବରେ ଦେଶର ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ସେ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବନୋଜ କୁମାର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରେ ସଭା ପରେ ଜାତୀୟ ସେବା ଯୋଜନା ୟୁନିଟର ଶତାଧିକ ସ୍ୱେଚ୍ଛାସେବୀ ବିଦ୍ୟାଳୟ ପରିସର ଓ ଏହାର ସମୀପବର୍ତ୍ତୀ ସ୍ଥାନରେ ସଫେଇ କାର୍ଯ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ରବିନ୍ଦ୍ରନାରାୟଣ ଠାକୁର,ପଣ୍ଡିତ ବ୍ୟାସଦେବ ପଣ୍ଡା,ଚୈତନ୍ଯ ସେନାପତି,ଜୀବର୍ଦ୍ଧନ ସେଠ ପ୍ରମୁଖ ଅଧ୍ୟାପକ ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।