ସମ୍ବଲପୁର:ସମ୍ବଲପୁର ସହର ରେ ଶାରଦୀୟ ଦୁର୍ଗାପୂଜା ର ଏକ ମୁଖ୍ୟ ଆକର୍ଷଣ ହେଉଛି ଗୋବିନ୍ଦତୋଲା ଦୁର୍ଗାପୂଜା I ଚଳିତ ବର୍ଷ ଏହି ଆକର୍ଷଣ କୁ ଆହୁରି ମନଲୋଭା କରିବାକୁ ପ୍ରସ୍ତୁତି ଖୁବ୍ ଜୋରସୋର୍ ରେ ଚାଲିଛି I ମଣ୍ଡପ ର ମୁଖ୍ୟ ତୋରଣ ସାଥିରେ ମଣ୍ଡପ ର ଉଭୟ ପାର୍ଶ୍ଵ କୁ ଯାଉଥିବା ରାସ୍ତା ରେ ଲାଇଟ ତୋରଣ ପାଇଁ ମଧ୍ୟ କାରିଗର ମାନେ ଲାଗିପଡିଛନ୍ତି l ତେବେ ମଝି ମଝି ରେ ବର୍ଷା ହେଉଥିବା ଯୋଗୁଁ ନିର୍ମାଣ କାର୍ଯ୍ୟ ରେ ବ୍ୟାଘାତ ସୃଷ୍ଟି ହେଉଥିବା କମିଟି ର ମିଡ଼ିଆ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ପ୍ରକାଶ କରିଛନ୍ତି I ତଥାପି ଅନେକ କିଛି ବାଧାବିଘ୍ନ ସତ୍ୱେ ପୂଜା କମିଟି ର ସଦସ୍ୟ ତଥା କାରିଗର ମାନଙ୍କର ଦୃଢ଼ ଇଚ୍ଛାଶକ୍ତି ବଳରେ ପୂର୍ବ ବର୍ଷ ମାନଙ୍କ ପରି ଖୁବ୍ ଧୁମଧାମ ରେ ଦୁର୍ଗାପୂଜା ର ଆୟୋଜନ କରାଯିବା ସହ ମଣ୍ଡପ ରେ ପୂଜା ପାଇବେ ଜଗତଜନନୀ ମାଁ ଭୁବନେଶ୍ୱରୀ I ମାଁ ଭୁବନେଶ୍ୱରୀ ଙ୍କର ପ୍ରତିମା କୁ ଶେଷସ୍ବର୍ଶ ଦେବାରେ ବ୍ୟସ୍ତ ମୂର୍ତ୍ତି ଶିଳ୍ପୀ ଆଦିତ୍ୟ ନାଏକ ଏବଂ ତାଙ୍କର ସହଯୋଗୀ ଲ ମୂର୍ତ୍ତି ଶିଳ୍ପୀ ଆଦିତ୍ୟ ନାଏକ ୧୯୮୬ ମସିହା ରୁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କରିଆସୁଛନ୍ତି l ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ଗ୍ରାମ ର ଅଧିବାସୀ ଶ୍ରୀ ନାଏକ ଦୀର୍ଘଦିନ ହେଲା ଚକୁଳି ଫାର୍ମ ଛକ ରେ “କୋଶଲ ଶିଳ୍ପ” ନାମରେ ଏକ ପେଣ୍ଟିଙ୍ଗ ଦୋକାନ କରି ନିଜର ନିତିଦିନିଆଁ ବ୍ୟବସାୟ କରିଆସିଛନ୍ତି I ମୂର୍ତ୍ତିଶିଳ୍ପୀ ଶ୍ରୀ ନାଏକ ମୂର୍ତ୍ତି ନିର୍ମାଣ କଳା କୌଣସି ଗୁରୁ ଠାରୁ ବିଧିବଦ୍ଧ ଭାବରେ ଶିକ୍ଷାପ୍ରାପ୍ତ କରିନଥିବା ବେଳେ ତାଙ୍କର କାକା ଯାଦବ ନାଏକ ଓ କଟକ ଅଂଚଳ ର ଗିରିଧାରୀ ବେହେରା ଙ୍କୁ ସେ ଗୁରୁ ବୋଲି ମାନନ୍ତି I ଗୋବିନ୍ଦତୋଲା ଦୁର୍ଗାପୂଜା ରେ ମାଁ ଭୁବନେଶ୍ୱରୀ ଙ୍କର ପ୍ରତିମା ନିର୍ମାଣ କରିବା ସହ ଦୀର୍ଘ ଦିନହେଲା ଚକୁଳି ଫାର୍ମ, ଲାରମ୍ଭା, ଚିପିଲିମା ର ଚାରପାଲି, କୁମ୍ବେଲସିଂହା, କଲାପାନି ପ୍ରଭୃତି ପୂଜା ପେଣ୍ଡାଲ ପାଇଁ ମାଁ ଦୁର୍ଗାଙ୍କର ମୂର୍ତ୍ତି ନିର୍ମାଣ କରିଆସୁଛନ୍ତି I ଗୋବିନ୍ଦତୋଲା ଦୁର୍ଗାପୂଜା ପାଇଁ ଗତ ୩ ବର୍ଷ ହେଲା ମୂର୍ତ୍ତି ତିଆରି କରିଆସୁଛନ୍ତି ମୂର୍ତ୍ତି କାରିଗର ଶ୍ରୀ ନାଏକ l ଗୋବିନ୍ଦତୋଲା ଦୁର୍ଗାପୂଜା ଯେହେତୁ ଏ ଅଂଚଳର ବଡ଼ ପେଣ୍ଡାଲ ଏବଂ ଏହାର ପ୍ରତିଷ୍ଠା ରହିଛି, ତେଣୁ ଯେତେବେଳେ ପ୍ରଥମେ ଭୟ ଲାଗିଥିଲା, ହେଲେ ଦୁର୍ଗାପୂଜା କମିଟି ର ବ୍ୟବହାର ମୋର ମନୋବଳ କୁ ଦ୍ବିଗୁଣିତ କରିଥିଲା l ସେଇଦିନଠୁ ନିଦ୍ୱନ୍ଦ୍ୱ ରେ ମାଁ ପ୍ରତିମା ନିର୍ମାଣ ଖୁସି ରେ କରିଆସୁଛି ବୋଲି କୁହନ୍ତି ମୂର୍ତ୍ତିଶିଳ୍ପୀ ଶ୍ରୀ ନାଏକ l ଗୋବିନ୍ଦତୋଲା ଦୁର୍ଗାପୂଜା ର ଭିନ୍ନତା ରହିଛି, ଏହି ମଣ୍ଡପ ରେ ଶାନ୍ତି ସ୍ୱରୂପିଣୀ ମାଁ ଭୁବନେଶ୍ୱରୀ ପୂଜା ପାଇଥାନ୍ତି l ତେଣୁ ଏଠିକାର ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଅନ୍ୟ ସ୍ଥାନରେ ଭିନ୍ନ l ଯେତେବେଳେ ମାଁ ଭୁବନେଶ୍ୱରୀ ଙ୍କର ଅନ୍ତିମ ସ୍ବର୍ଶ ଦେଇଥାଏ, ସେତେବେଳେ ଶରୀର ରେ ଏକ ଭିନ୍ନ ଶିହରଣ ସୃଷ୍ଟି ହେବା ସହ ମନଟା ଭାବବିହ୍ଵଳ ହୋଇଉଠେ ବୋଲି କୁହନ୍ତି ଶ୍ରୀ ନାଏକ I ମୋର ସାଥି କଳାକାର ଙ୍କର ବିନା ମୁଁ ଅଧୁରା l ସେମାନେ ହିଁ ମୋର ହାତବାରିସୀ ସେମାନେ ହେଉଛନ୍ତି ବୃନ୍ଦାବନ ଥାପ୍ପା, ବିଘ୍ନରାଜ ନାଏକ, ଶୁକ୍ରୁ ଭୋଇ, ସରୋଜ ମିର୍ଦ୍ଧା, ନବୀନ ବେହେରା ବୋଲି ଗର୍ବର ସହ କୁହନ୍ତି ମୂର୍ତ୍ତି ଶିଳ୍ପୀ ଆଦିତ୍ୟ ନାଏକ।