Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲର ବିଭିନ୍ନ ସ୍ଥାନରେ ଆଜି ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ସୁବାସ ଚନ୍ଦ୍ର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ, ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହା ପାଳିତ ହୋଇଯାଇଛି।
ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଶାଖା ଆନୁକୁଲ୍ୟ ରେ ମାରଓ୍ବାଡିମୁଣ୍ଡା ଗ୍ରାମର ମାହାରସାହି ଠାରେ ବୁଧବାର ଦିନ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳନ କରାଯିବା ସହିତ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନାକଟିଦେଉଳ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଜୟନ୍ତୀ ଓ ସଚେତନତା ସଭା ରେ ନେହେରୁ ଯୁବ କେନ୍ଦ୍ର ଦେବଗଡ ର ସଂଯୋଜକ ପ୍ରଦୀପ କୁମାର ବିଶ୍ବାଳ, ଗିରିଶବାଳା , ଆଲୋକ ସାହୁ ଓ ସୁଦାମ ଚରଣ ସାହୁ ଯୋଗଦେଇ ଗାନ୍ଧୀଜୀ ଏବଂ ଲାଲବାହାଦୂର୍ ଙ୍କ ଜୀବନ ତଥା ଅବଦାନ ସହିତ ସ୍ବଛତା ର ମହତ୍ତ୍ବ ବିଷୟ ରେ ଆଲୋକପାତ କରିଥିଲେ। ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର୍ ଡକ୍ଟର୍ ପୁଷ୍ପାଞ୍ଜଳି ରବନା କାର୍ଯ୍ୟକ୍ରମ ର ଆଭିମୁଖ୍ୟ ବର୍ଣନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅଙ୍ଗନବାଡି କର୍ମୀ ଙ୍କ ସମେତ ଗ୍ରାମବାସୀ ଭାଗନେଇଥିଲେ। ଛାତ୍ରଛାତ୍ରୀ ମାନେ ଏକ ସଚେତନତା ରାଲି ରେ ବାହାରି ଗ୍ରାମ ପରିକ୍ରମା ରେ ବାହାରି ସ୍ବଛତା ବିଷୟ ରେ ଲୋକମାନଙ୍କୁ ବୁଝାଇଥିଲେ। ଏନ୍ଏସ୍ଏସ୍ ସ୍ବେଛାସେବୀ ମାନଙ୍କ ଦ୍ବାରା ପଥପ୍ରାନ୍ତ ନାଟକ “ଆସ ଗାନ୍ଧୀ ଙ୍କୁ ଜାଣିବା” ପ୍ରଦର୍ଶିତ ହୋଇଥିଲା। ଏଥିରେ ମୁନା, ରିଙ୍କି, ରାଜେଶ୍ବରୀ, ରଚନା, ଜୋସ୍ନା, ସରୋଜିନୀ ଓ ମାମୀନା ପ୍ରମୁଖ ଅଭିନୟ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ