Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କ୍ଷେତରାଜପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛତା ହିଁ ସେବା ଦିବସ ପାଳନ

ସମ୍ବଲପୁର:ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କ୍ଷେତରାଜପୁର ତରଫରୁ ଆଜି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।ଡାକ୍ତର ବ୍ରଜେନ୍ଦ୍ର ପଣ୍ଡାଙ୍କ ପରିଚାଳନାରେ ଆଜି ମହିଳା ଆରୋଗ୍ୟ ସମିତିର ସଦସ୍ୟା,ଡାକ୍ତରଖାନା କର୍ମଚାରୀ ,ସଫେଇକର୍ମଚାରୀ ଓ କିଛି ସ୍ବେଛାସେବୀ ମାନଙ୍କୁ ନେଇ ଡାକ୍ତରଖାନା ପରିସର ସଫା କରାଯାଇ ଥିଲା। ଡାକ୍ତରଖାନାର ପାଚେରୀ କମ ଉଚ୍ଚତା ଥିବାରୁ ଆଖ ପାଖ ଲୋକ ଅଳିଆ ଆବର୍ଜନା ଡାକ୍ତରଖାନା ଭିତରକୁ ଫିଙ୍ଗି ଦେଉ ଥିବାରୁ ଜନସାଧାରଣଙ୍କୁ ସଚେତନ କରାଯାଇ ଥିଲା।ଅପରାହ୍ନ ସମୟରେ ଡାକ୍ତରଖାନା ପରିସରରେ ବୃକ୍ଷ ରୋପଣ କରାଯିବା ସହିତ ବସ୍ତି ଅଂଚଳରେ ପ୍ରତେକ ମହିଳା ଆରୋଗ୍ୟ ସମିତି ସ୍ୱଚ୍ଛତା ହିଁ ସେବା ଦିବସ ପାଳନ କରିଥିଲେ।ବିଦ୍ୟାଳୟ ଓ ବସ୍ତି ଅଂଚଳରେ ବିଭିର୍ଣ୍ଣ ସଚେତନତା ମୂଳକ କାର୍ଯ୍ୟକ୍ରମ ଗତ ସେପ୍ଟେମ୍ବର ୧୭ ରୁ ଚାଲୁଥିବା ନେଇ ପିଏଚଏମ ଦିଲୀପ କୁମାର ନନ୍ଦ କହିଛନ୍ତି।ଏହି କାର୍ଯ୍ୟକ୍ରମରେ ମନୀଷା ଆଚାର୍ଯ୍ୟ ,ସୀମନ୍ତିନୀ ମଲ୍ଲିକ ,ଝରେଷ ଭୋଇ ,ଘନସୁନ୍ଦର ସାହୁ ,ଶୁଭମ ସାହୁ ,ମମତା ରାଉତ, କାମିନୀ ଦୀପ ପ୍ରମୁଖ ସହଯୋଗ କରିଥିଲେ।