Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁରରେ ଯୋଗ ଦେଲେ ନୂତନ ଏସପି

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ମଙ୍ଗଳବାର ସନ୍ଧ୍ୟାରେ ସୁବର୍ଣ୍ଣପୁର ର ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବରେ ରାମ ପ୍ରସାଦ ସାହୁ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଥିଲେ। ଏଠାରେ ପୂର୍ବରୁ କାର୍ଯ୍ୟରତ ଆଇପିଏସ୍ ଅଫିସର ୟଶ ପ୍ରତାପ ଶ୍ରୀମାଲ୍‌ଙ୍କ ଯାଜପୁର ଏସ୍‌ପି ଭାବେ ବଦଳି ହୋଇଥିବା ବେଳେ ଗତକାଲି ତାଙ୍କୁ ପୋଲିସ ବାହିନୀ ତଥା ବିଭିନ୍ନ ବିଭାଗ ଓ ଅନୁଷ୍ଠାନ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଧନା ଦିଆଯାଇଥିଲା। ଶ୍ରୀ ସାହୁ ଗତକାଲି ଅତିରିକ୍ତ ଏସ୍‌ପି ବୀରେନ୍ଦ୍ର କୁମାର ନାୟକଙ୍କ ନିକଟରୁ ଏହି ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ଆଗରୁ ଦେବଗଡ଼ ଜିଲାର ଏସ୍‌ପି ଭାବେ କାର୍ଯ୍ୟ କରିବା ସହ ପୂର୍ବରୁ ଭୁବନେଶ୍ବର ସ୍ପେଶାଲ ବ୍ରାଞ୍ଚ ଏସପି ଏବଂ ବ୍ରଜରାଜନଗରର ଓ କୁଚିଣ୍ଡାରେ ଏସଡିପିଓ ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ଜିଲାରେ ଆଇନଶୃଙ୍ଖଳା, ମହିଳା ବିରୋଧୀ ହିଂସା ଓ ଆଗକୁ ପାର୍ବଣ ଥିବାରୁ ଅମାନିଆ ଙ୍କୁ ସାବାଡ କରିବା ସହ ଟ୍ରାଫିକ୍ ବ୍ୟବସ୍ଥା ଓ ପୋଲିସ ପେଟ୍ରୋଲିଂକୁ କଡାକଡି କରିବା ଦିଗରେ ଉଦ୍ୟମ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ନୂତନ ଏସପି କାର୍ଯ୍ୟରେ ଯୋଗଦେବା ପରେ ବିଭାଗୀୟ ଉଚ୍ଚ ଅଧିକାରୀ ତଥା ସମସ୍ତ ଥାନାର ଆଇଆଇସି ଓ ଜିଲା ପୋଲିସ ମୁଖ୍ୟାଳୟର କର୍ମଚାରୀ ମାନେ ସକ୍ଷାତ ସହ ସ୍ବାଗତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ