Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସରେ ବରିଷ୍ଟଙ୍କୁ ଅସମ୍ମାନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ପାଳନ ହୋଇଥିବା ବେଳେ ବରିଷ୍ଟ ନାଗରିକ ମାନଙ୍କୁ ଅପ ବ୍ୟବହାର ତଥା ଅଣଦେଖା ଅଭିଯୋଗ କରି ଆଜି ପ୍ରଶାସନ ଉପରେ ସାମ୍ୱାଦିକ ସମ୍ମିଳନୀରେ ଖୁବ୍ ବର୍ଷିଛନ୍ତି। ସୁବର୍ଣ୍ଣପୁର ଏକ ଐତିହ୍ୟ, ସଂସ୍କୃତି ଉଚ୍ଚ ବ୍ୟବହାର ସମ୍ପନ୍ନ ଜିଲ୍ଲା ହୋଇଥିବା ବେଳେ ଲୋକଙ୍କ ଆଚାର ବ୍ୟବହାରରେ ଜିଲ୍ଲାକୁ ଆସୁଥିବା ଅମଲା ତନ୍ତ୍ର ଓ ଦେଶ ବିଦେଶର ପର୍ଯ୍ୟଟକ ମାନେ ବିମୁଗ୍ଧ ହୋଇଯାଆନ୍ତି। କିନ୍ତୁ ସେଇ ଅମଲାତନ୍ତ୍ର ଜିଲ୍ଲା ପ୍ରଶାସନ ଗତକାଲି ର ବରିଷ୍ଠ ନାଗରିକ ଦିବସରେ ବରିଷ୍ଠ ନାଗରିକଙ୍କୁ ଯେଉଁ ଭଳି ଭାବେ ଅଣ ଦେଖା କରି ଅପବାଦ ଦେଇଛି ତାହା ନିନ୍ଦନୀୟ ଓ ଲଜ୍ଜା ଜନକ ବୋଲି ଶ୍ରୀ ଗୋପାଳଜୀ ଯୋଗାଳୟ ଠାରେ ଆୟୋଜିତ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଖୁଲାସା କରିଛି। ସମୟ ଠାରୁ ଦୁଇ ଘଣ୍ଟା ଅପେକ୍ଷା କରାଇ ଜିଲ୍ଲାପାଳ ବରିଷ୍ଠ ନାଗରିକଙ୍କ ସଭା ଆରମ୍ଭ କରିବା, ମାତ୍ର ୬ ମିନିଟ ରେ ସଭା ସାରିବା, ସାତ ଲାଇନ୍ ଲେଖା ସମ୍ବର୍ଧନା ପତ୍ରରେ ପାଞ୍ଚଟି ଭୁଲ୍ ଥିବା ଓ କୌଣସି ସମ୍ବର୍ଧନା ପତ୍ରରେ କାହାରି ଦସ୍ତଖତ ନ ଥିବା ଏହା ଘୋର ଅସମ୍ମାନ ବୋଲି କହିଛି ସଙ୍ଘ। ପ୍ରତ୍ୟେକ କ୍ଷେତ୍ରରେ ସେବାରେ ଅବହେଳାର ଶିକାର ହେଉଥିବା ବରିଷ୍ଠ ନାଗରିକ ଏବଂ ଉପସ୍ଥିତ କର୍ମକର୍ତା ଦୀର୍ଘ ଦିନରୁ ଜମି ରହିଥିବା ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେଉଁ ପ୍ରଶାସନକୁ ବିଗତ ଦିନରେ ହକି ବିଶ୍ଵ କପ, ରାହାଗିରି, ଜିଲ୍ଲା ଉତ୍ସବ ପାଳନ କରିବା ବେଳେ ସମସ୍ତ ପ୍ରକାର ସହଯୋଗ ଦେଇ ଆସିଛି ଆମେ ତାଙ୍କ ଠୁଁ ଏଭଳି ବ୍ୟବହାର କେବେ ଆଶା କରି ନ ଥିଲୁ ବୋଲି ସଂଘ ସଭାପତି ଡ଼ଃ ଜ୍ୟୋତି ରଂଜନ ବହିଦାର ପ୍ରକାଶ କରିଛନ୍ତି। ଏବଂ ଚେତାବନୀ ଦେଇଛନ୍ତି ପ୍ରଶାସନକୁ ଯେ ବରିଷ୍ଠ ନାଗରିକଙ୍କୁ ଘୃଣା କରି ପାର ପାଇବ ପ୍ରଶାସନ ହେଲେ ଦୟା କରି ନୁହେଁ। ଯେଉଁ ପ୍ରଶାସନ ବରିଷ୍ଠ ନାଗରିକ ଦିବସରେ ବରିଷ୍ଠ ନାଗରିକଙ୍କୁ ସମୟ ଟିକେ ଦେଇ ପାରେନି ସେ ଜିଲ୍ଲାର ବିକାଶ କେତେ ଆଗେଇଥିବ ତାହା ଏଥିରୁ ଜଣାପଡେ ବୋଲି ବରିଷ୍ଠ ନାଗରିକ ପ୍ରଦୀପ ପୁରୋହିତ ମତ ରଖି ବର୍ତମାନ ଓଡ଼ିଆ ଅସ୍ମିତା ଓ ମର୍ଯ୍ୟାଦା କଥା କହୁଥିବା ମୁଖ୍ୟମନ୍ତ୍ରୀ ଏଭଳି ବୈଶାଳିକ ବିଭ୍ରାଟ କରୁଥିବା ସୁ-ଶାସନ ଦେବାରେ ଫେଲ୍ ମାରିଥିବା ଜିଲ୍ଲାପାଳଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରିବା ପାଇଁ ଦାବୀ କରିଛନ୍ତି। ସରକାରଙ୍କ ଏକ୍ସନ୍ ନ ହେବା ଯାଏଁ ଆଗାମୀ ଦିନରେ ପ୍ରଶାସନର ସବୁ ସଭା ସମିତିକୁ ବୈକଟ କରିବୁ ବୋଲି ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି। ଅମଲା ତନ୍ତ୍ରରେ ପରିଚାଳିତ ନ ହୋଇ ଲୋକତନ୍ତ୍ରରେ ଆଗେଇ ଆସିବାକୁ ଜିଲ୍ଲାର ବିକାଶ ପାଈଁ ପ୍ରଶାସନ ମୁକାବିଲା କରିବାକୁ ଦାବୀ ଜଣାଇଛନ୍ତି। ବରିଷ୍ଠ ନାଗରିକଙ୍କ ହକ ପାଇଁ, ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ବରିଷ୍ଠ ନାଗରିକ ସଂଘ ଲଢେଇ କରିବ ଦରକାର୍ ହେଲେ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ବରିଷ୍ଠ ନାଗରିକ ତଥା ସାମ୍ୱାଦିକ ଗୋରେଖ୍ ନାଥ ସାହୁ ପ୍ରକାଶ କରିଛନ୍ତି। ଆଜି ର ଏହି ସମ୍ମିଳନୀରେ ସଂଘର ର ସଂପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ବରିଷ୍ଠ ନାଗରିକ ସନ୍ତୋଷ ପାଢ଼ୀ, ମୃତ୍ୟୁଞ୍ଜୟ ଦାଶ, ଲୋକେଶ ପଧାନ ପ୍ରମୁଖ ସାମିଲ୍ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ