Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାବା କଳ୍ପେଶ୍ଵର ଶିବ ମନ୍ଦିର ତରଫରୁ ତିଳ ତର୍ପଣ

ସମ୍ବଲପୁର:ଆଜି କୂଳୁଥକାନି ସ୍ତିତ କଳ୍ପେଶ୍ଵର ବାବା ଶିବ ମନ୍ଦିର ତରଫରୁ ସ୍ଥାନୀୟ ମନ୍ଦିର ଘାଟ ରେ ପିତୃପୁରୁଷଙ୍କ ଶାନ୍ତି କାମନା କରି ଏହି ଅଂଚଳ ର ଜନସାଧାରଣ ତିଳ ତର୍ପଣ କରିଥିଲେ।ପଣ୍ଡିତ ଧର୍ମେନ୍ଦ୍ର ମିଶ୍ର ଓ ପିଣ୍ଟୁ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ପୂଜା କାର୍ଯ୍ୟ ସମ୍ପାଦନା ହୋଇଥିଲା।ମନ୍ଦିର କମିଟି ତରଫରୁ କୃଷ୍ଣ ଚନ୍ଦ୍ର ରାଉତ ,ପ୍ରତାପ ମିଶ୍ର ,ଲବ କୁମାର ବାବୁ ଅରୂପ ସିଂହଦେଓ କାର୍ଯ୍ୟ କ୍ରମ ଆୟୋଜନରେ ପ୍ରମୁଖ ଭୂମିକା ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅରବିନ୍ଦ ନାୟକ ,ରାଜେନ୍ଦ୍ର ପଟ୍ଟା , ଇନ୍ଦ୍ରମଣି ଦାସ ପ୍ରମୁଖ ଯୋଗ ଦାନ କରିଥିଲେ ସୂଚନା ଯୋଗ୍ୟ ଯେ ଏହି ତର୍ପଣ କାର୍ଯ୍ୟକ୍ରମ ଚାରି ବର୍ଷରୁ ଉର୍ଦ୍ଧ ହେବ ଏହି ଅଂଚଳରେ ଆୟୋଜିତ ହୋଇ ଆସୁଅଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ