ସମ୍ବଲପୁର:କୁଚିଣ୍ଡା ଉପଖଣ୍ଡର ଅଗ୍ରଣୀ ଅନୁଷ୍ଠାନ ଆଦିବାସୀ ,ସାମାଜିକ ଓ ସାଂସ୍କୃତିକ ପରିଷଦପକ୍ଷରୁ ସଭାପତି ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତିର ଦୂତ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଉତ୍ସବ କଳା ପରିଷଦ ଓ ଆଦିବାସୀ ଭବନ ପ୍ରାଙ୍ଗଣରେ ପାଳିତ ହୋଇ ଯାଇଛି । ଏଥିରେ ପଂଚାୟତରାଜ ,ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ର ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗା ଦେଇ ଉଭୟ ମହା ପୁରୁଷଙ୍କ ପ୍ରତିମୂର୍ତ୍ତି ଓ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରିବା ସହ ଅହିଂସା ମନ୍ତ୍ର ରେ ସଭିଏଁ ଅଭିମନ୍ତ୍ରିତ ହେବାକୁ ଆହ୍ବାନ ଦେଇଥିଲେ।ଉପଜିଲ୍ଲାପାଳ ହେମ ସାଗର ଭୋଇ ମୁଖ୍ୟ ବକ୍ତା ଓ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉଭୟ ମହାପୁରୁଷ ଙ୍କ ପ୍ରଦର୍ଶିତ ମାର୍ଗରେ ଦେଶବାସୀ ଆଗେଇ ଚାଲିଲେ ଦେଶର ଉନ୍ନତି ହୋଇ ପାରିବ ବୋଲି କହିଥିଲେ ,ଏହା ପୂର୍ବରୁ ସଭାପତି ଶ୍ରୀ ନାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣ କର କିଶନ ଙ୍କ ନେତୃତ୍ୱରେ ଆଦିବାସୀ ଭ୍ବନ୍ ରୁ ରମଧୁଁ ଗାଈ ସହର ପରିକ୍ରମା କରିଥିଲେ ଆଦିବାସୀ ଭବନରେ ମଧ୍ୟ ଅନୁଷ୍ଠାନ ର ସମସ୍ତେ ମିଳିତ ହୋଇ ଉଭୟ ମହାପୁରୁଷ ଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ।ବକ୍ତା ଗଣ ବିଶ୍ଵ ଅହିଂସା ଦିବସର ମହତ୍ତ୍ଵ ଉପରେ ଉଦବୋଧନ ଦେଇଥିଲେ ।