Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତ୍ୟାଗ ଓ ଇନ୍ଦିରା କ୍ଲବ ପକ୍ଷରୁ ବୁର୍ଲା କୁଷ୍ଠ କଲୋନିରେ ଶାଢ଼ୀ,ବସ୍ତ୍ର ଓ ବୁର୍ଲା ମେଡ଼ିକାଲର କେନସର ଓ ଟିବି ୱାର୍ଡ଼ରେ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ

ସମ୍ବଲପୁର: ଅଗ୍ରଣୀ ସ୍ବେଚ୍ଛାସେବୀ ଓ ରକ୍ତଦାନ ସଂସ୍ଥା ତ୍ୟାଗ, ବୁର୍ଲା ଇନ୍ଦିରା କ୍ଲବ ପକ୍ଷରୁ ଆଜି ପବିତ୍ର ମହାଳୟା ଦିନ ଇନ୍ଦିରା କ୍ଲବରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତ ରତ୍ନ ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଉଭୟଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଉଭୟାଙ୍କ ଆଦର୍ଶ ଓ ତ୍ୟାଗ ରେ ଅନୁପ୍ରାଣୀତ ହୋଇ ଅଧିକରୁ ଅଧିକ ଜନହିତକର ଓ ଦେଶସେବା କାର୍ଯ୍ୟ କରିବାପାଇଁ ସଙ୍କଳ୍ପ ନିଆଯାଇଥିଲା । ସତ୍ୟ ଅହିଂସା ଓ ଭଲପାଇବାର ଓ ସେବାର ପୂଜାରୀ ବାପୁଜୀ ଆଜି ବି ଆମ ସମସ୍ତଙ୍କ ମାର୍ଗ ଦର୍ଶକ । ଏହାହିଁ ଦେଶ ଦଶ ଉଭୟଙ୍କୁ ବଳିଷ୍ଟ ଓ ଏକତ୍ରିତ କରି ରଖିଛି ବୋଲି ତ୍ୟାଗର ପ୍ରତିଷ୍ଠାତା ସଭାପତି ଶତକ ରକ୍ତଦାତା ଦୁର୍ଗା ପାଢ଼ୀ କହିଥିଲେ । ସେହିପରି ଶାସ୍ତ୍ରୀଜି ଙ୍କ ଆଦର୍ଶ ଓ ପରଉପକରିତା, ନିଃସ୍ଵାର୍ଥପର ଦେଶ ସେବା ଓ ସରଳ ଜୀବନ ଯାପନ ଆମକୁ ବହୁତ ପ୍ରେରଣା ଦେଇଥାଏ । ସନ୍ଧ୍ୟାରେ ବୁର୍ଲା କୁଷ୍ଠ କଲୋନି ରେ ତ୍ୟାଗ ପକ୍ଷରୁ ମା ମାନଙ୍କୁ ନୂଆ ଶାଢ଼ୀ ଓ ଅନ୍ୟ ମାନଙ୍କୁ ବସ୍ତ୍ର ଦାନ କରାଯାଇଥିଲା । ବୁର୍ଲାର ସନ୍ତୋସି ପଡ଼ାରେ ବି ବୟସ୍କା ମାଙ୍କୁ ନୂଆ ଶାଢ଼ୀ ଦାନ କରାଯାଇଥିଲା । ବୁର୍ଲା ମେଡ଼ିକାଲର କେନସର ଓ ଟିବି ୱାର୍ଡରେ ତ୍ୟାଗ ଓ ଇନ୍ଦିରା କ୍ଲବ ପକ୍ଷରୁ ବିସ୍କେଟ୍ ଓ ଫଳ ବଣ୍ଟନ କରାଯାଇଥିଲା । ସଭ୍ୟ ସଭ୍ୟା ସମେତ ଉଭୟ କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ସଭ୍ୟ ମାନେ ବି ଅଂଶ ଗ୍ରହଣ କରିଥିଲେ । ସମାଜସେବୀ ବରିଷ୍ଠ ନାଗରିକ ଦୁତିକୃଷ୍ଣ ପାଢ଼ୀ, ସମାଜସେବୀକା ସୁଲୋଚନା ପାଢ଼ୀ, ଗୁଦୁ ଉପଲ, ବିରଞ୍ଚି ମହାପାତ୍ର, ଦଶରଥ ଦାସ, ସୁରିନ୍ଦର ସିଂ, ଡ ସନ୍ତୋଷ କାନୁନଗୋ, ଡ ରଶ୍ମି ମାଡମ, ପ୍ରଫେସର୍ ସଞ୍ଜୟ ପଟ୍ଟନାୟକ, ଦ ଶୁଶାନ୍ତ କର, ଅଧ୍ୟାପକ ସରୋଜ ତ୍ରିପାଠୀ, ତପନ ବେହେରା, ପ୍ରଫୁଲ୍ଲ ଗୁରୁ, ପ୍ରଦିପ ପଣ୍ଡା, ଭୂତୁଲୁ ବେହେରା, ଦୀପକ ଜେନା, କିଶନ ଜେନା, ଅସିତ୍ ସାମଲ , ଲକ୍ଷ୍ମୀ ପ୍ରଧାନ ପ୍ରମୁଖ ସଂଯୋଜନା କରିଥିଲେ। ଶେଷରେ ରକ୍ତଦାନ ପ୍ରଚାର ପୁସ୍ତକ ଆମେ କାହିଁକି ରକ୍ତଦାନ କରିବା ତ୍ୟାଗ କାର୍ଯ୍ୟାଳୟ ରେ ପଙ୍କଜ ମଜୁମଦାରଙ୍କ ଦ୍ଵାରା ଉନ୍ମୋଚିତ ହୋଇଥଲା। ଶେଷରେ ପ୍ରକାଶ ଶତପଥୀ ଧନ୍ୟବାଦ ଦେଇଥିଲ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ