Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରଭା ଥାନାରେ ରଖିଲେନି ଏତଲା ଏସପି ଙ୍କ ଦ୍ବାରସ୍ଥ ହେଲେ ଯୁବତୀ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର କେନଝରିଆପାଲିର ଜଣେ ଯୁବତୀ ଆୟଶା ଖାତୁନ୍ ତରଭା ସଦର ଥାନା କୁମ୍ଭାରପଡ଼ାସ୍ଥିତ ତାଙ୍କ ଭଉଣୀ ଘରକୁ ସେପ୍ଟେମ୍ବର ୨୯ ତାରିଖ ଦିନ ବୁଲିବାକୁ ଯାଇଥିଲେ। ସେହି ଦିନ ସନ୍ଧ୍ୟା ହୋଇଯିବାରୁ ଭଉଣୀ ଘରେ ରହି ଯାଇଥିଲା ବେଳେ ପରଦିନ ନିଜ ଘରକୁ ଫେରି ଆସିଥିଲେ। ଆସି ଜାଣିବାକୁ ପାଇଲେ ଯେ ତାଙ୍କ ବ୍ୟାଗରେ ଥିବା ୧୭ ହଜାର ଟଙ୍କା ନାହିଁ। ପରେ ସେ ଭଉଣୀ କୁ ଫୋନ କରିବାରୁ ଟଙ୍କା ନିଜ ଭିଣୋଇ ନେଇଥିବା କହି ଧମକ ଦେଇଥିଲେ। ପରେ ଆୟଶା ତରଭା ଥାନାରେ ଅଭିଯୋଗ କରିବାକୁ ଯାଇଥିବା ବେଳେ ଆଇଆଇସି ଛୁଟିରେ ଥିବା ବେଳେ ତରଭା ଥାନାରେ ଥିବା ଏସ୍‌ଆଇ ଡାଙ୍ଗ ବାବୁ ତାଙ୍କୁ ସହଯୋଗ କରିନଥିଲେ କି ତାଙ୍କ ଏତଲା ରଖି ନଥିବା ଅଭିଯୋଗ କରିଛନ୍ତି ଯୁବତୀ। ଏପରିକି ସମ୍ପୃକ୍ତ ଯୁବତୀଙ୍କୁ ସୋନପୁରରେ ତାଙ୍କ ଭିଣୋଇ ଏସିଡ ପକାଇଦେବି ବୋଲି ଧମକ ଦେଇଥିଲେ। ଏ ସମ୍ପର୍କରେ ସୋନପୁର ଥାନାର ମଧ୍ୟ ଦ୍ବାରସ୍ଥ ହୋଇଥିଲେ ଆୟଶା। କିନ୍ତୁ ଘଟଣା ତରଭା ଅଞ୍ଚଳରେ ହୋଇଥିବାରୁ ତରଭା ଥାନାରେ ଏତଲା ଦେବା ପାଇଁ ଆଇଆଇସି କହିଥିଲେ। ଏହାକୁ ନେଇ ଗୁରୁବାର ଆୟଶା ନାରୀନେତ୍ରୀ ସୋନାଲି ବିଶିଙ୍କ ସହାୟତାରେ ଏସପି ରାମ ପ୍ରସାଦ ସାହୁଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିବା ସହ ଏତଲା ରଖି ନ ଥିବା ଏସଆଇ ଙ୍କ ଉପରେ ମଧ୍ଯ କଡ଼ା ଏକ୍ସନ ନେବା ପାଇଁ ଏସ୍‌ପି ଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ସାହୁ ଘଟଣାକୁ ଗୁରୁତ୍ବର ସହ ନେଇ ସଙ୍ଗେ ସଙ୍ଗେ ମାମଲା ରୁଜୁ କରିବାକୁ ତରଭା ଥାନାକୁ ନିର୍ଦ୍ଦେଶ ଦେବା ସହ ଯୁବତୀଙ୍କୁ ପୋଲିସ ଏସ୍କର୍ଟ ସହ ତରଭା ଥାନାକୁ ପଠାଇବା ପରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ