Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଭିଯୋଗ ପାଇ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଆହାର କେନ୍ଦ୍ରକୁ ଗଲେ,ଖାଦ୍ୟ ପରଖି ସବୁ ଦିଗକୁ ଅନୁଧ୍ୟାନ କଲେ

ସମ୍ବଲପୁର:ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ସମ୍ବଲପୁର ଜେଲ୍ ଛକସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ।ମନ୍ତ୍ରୀ ଶ୍ରୀ ପୂଜାରୀ ସେଠାରେ ଗରିବ ଲୋକଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିବା ସହିତ ଆହାର କେନ୍ଦ୍ରକୁ ଖାଇବାକୁ ଆସୁଥିବା ଲୋକଙ୍କ ସହିତ କଥାବାର୍ତ୍ତା କରିଥିଲେ। ଆହାର କେନ୍ଦ୍ରଙ୍କୁ ଚଳାଉଥିବା ମହିଳାଙ୍କ ସହିତ ବି ଆଲୋଚନା କରିଥିଲେ। ତେବେ, ସେଠାରେ ମନ୍ତ୍ରୀ ପହଂଚିବା ପୂର୍ବରୁ ଟୋକନ ପାଇ କିଛି ଲୋକ ଫେରିଯାଇଥିବା ଜାଣିବାକୁ ପାଇଥିଲେ।ତାଙ୍କୁ ଟୋକନ ଦିଆଯାଇନଥିବା ବେଳେ ତାଙ୍କ ଆଗରୁ ଆସିଥିବା ଲୋକଙ୍କୁ କାହିଁକି ଫେରାଇ ଦିଆଗଲା ବୋଲି ସେ ପ୍ରଶ୍ନ କରିଥିଲେ।ଆହାର କେନ୍ଦ୍ରରେ ଅଧିକ ସ୍ବଚ୍ଛତା କରିବା, ଖାଇବା ସଂଖ୍ୟା ଅଧିକ ବଢେଇବା ତଥା ଲୋକେ ଯେମିତି ପେଟପୁରା ଖାଇବାକୁ ପାଇବେ ସେଥିପାଇଁ ଜିଲ୍ଲାପାଳଙ୍କ ସହିତ ସେ ଆଲୋଚନା କରିବେ ବୋଲି ମନ୍ତ୍ରୀ କହିଛନ୍ତି।ଖାଦ୍ୟ ଯେମିତି ନଷ୍ଟ ନହେବ, ସେଦିଗରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ।ମନ୍ତ୍ରୀ ଶ୍ରୀ ପୂଜାରୀ ସାଧାରଣ ଲୋକଙ୍କ ପରି ଧାଡ଼ିରେ ଛିଡ଼ା ହେଇ ଟିକେଟ କାଟିବା ପରେ ଧାଡ଼ିରେ ଖାଦ୍ୟ ସଂଗ୍ରହ କରିଥିଲେ। ଲୋକଙ୍କ ସହିତ ଅନ୍ନଗ୍ରହଣ କଲାପରେ ଥାଳି ଧୋଇ କେନ୍ଦ୍ରର ଚାରିପଟେ ପରିଦର୍ଶନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ