Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନାର୍ଦନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ର ପୁନଃ ଖୋଲିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବିଜେପି ଜ଼ିଲ୍ଲା ସଭାପତିଙ୍କ ଆଲୋଚନା

ସମ୍ବଲପୁର:ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଳିଙ୍ଗ ଶୁକ୍ରବାର ସମ୍ବଲପୁର ଗସ୍ତରେ ଆସି ବୁର୍ଲା ସ୍ଥିତ ଅଶୋକ ନିବାସ ଠାରେ ସମ୍ବଲପୁର ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟ କ୍ଷେତ୍ରରେ ଅସୁବିଧା ବିଷୟରେ ଜନସାଧାରଣ ଙ୍କ ଠାରୁ ଅବଗତ ହୋଇଥିଲେ।ଏହି ଅବସରରେ ଅଭିଯୋଗ ପତ୍ର ମଧ୍ୟ ଗ୍ରହଣ କରିଥିଲେ।ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ସମ୍ବଲପୁରର ଜିଲ୍ଲା ସଭାପତି ଗିରିଶ ପଟେଲ, ଯୁବମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀ ଏବଂ ଯୁବ ନେତୃ ମଣ୍ଡଳୀ ଙ୍କ ସହିତ ମନ୍ତ୍ରୀ ଡ଼ଃ ମହାଳିଙ୍ଗ ଏକ ଗୁରୁତ୍ୱପୂର୍ଣ ବିଷୟରେ ସାକ୍ଷାତ ଆଲୋଚନା କରିଥିଲେ।ସଭାପତି ଶ୍ରୀ ପଟେଲ ମନ୍ତ୍ରୀ ଡ଼ଃ ମହାଳିଙ୍ଗ ଙ୍କୁ ସ୍ବାଗତ କଲେ।ଶ୍ରୀ ପଟେଲ ମନ୍ତ୍ରୀ ଙ୍କୁ ଅବଗତ କରି ସମ୍ବଲପୁର ସହରର ମଧ୍ୟଭାଗରେ ଅବସ୍ଥିତ ସର୍ବ ପୁରାତନ ଜନାର୍ଦନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ର ଚିକିତ୍ସାଳୟ ପୂର୍ବ ସରକାର ଅମଳରେ ବନ୍ଦ ହୋଇପଡିଛି।ଏହି ଡାକ୍ତରଖାନା ରାଜନୈତିକ ତଥା ସାମାଜିକ ଦୃଷ୍ଟିରୁ ସମ୍ବଲପୁର ଏବଂ ଓଡିଶା ଇତିହାସରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।ଅଧିକନ୍ତୁ, ଆଜିର ଦିନରେ ଏହି ଡାକ୍ତରଖାନା ଜନସାଧାରଣଙ୍କ ପାଇଁ ଅତି ଶୀଘ୍ର ଖୋଲାଯିବା ନିତାନ୍ତ ଆବଶ୍ୟକ ଅଟେ। ସମ୍ବଲପୁର ସହର ମଧ୍ୟରେ ଥିବା ଜନାର୍ଦନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ର ଚିକିତ୍ସାଳୟ ରେ ଡାକ୍ତର ଏବଂ ମହିଳା ପ୍ରସୂତି ଙ୍କ ଅସ୍ତ୍ରୋପଚାର ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଗଲେ ସହରାଞ୍ଚଳ ଲୋକେ ଉପକୃତ ହେବେ।ଜିଲ୍ଲା ବିଜେପି ତରଫରୁ ଏହି ବିଷୟରେ ଏକ ସ୍ମାରକ ପତ୍ର ମଧ୍ୟ ମନ୍ତ୍ରୀ ଡ଼ଃ ମହାଳିଙ୍ଗ ଙ୍କୁ ପ୍ରଦାନ କରାଯାଇଛି।ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀ ପଟେଲ ଙ୍କ ସହ ବିଜେପି ବରିଷ୍ଠ ନେତା ଦାମୋଦର କର, ଶିବ କୁମାର ଅଗ୍ରୱାଲ, ମଣ୍ଡଳ ସଭାପତି ସରୋଜ ଘଡେଇ, ପ୍ରଦୀପ ବେହେରା, ଯୁଗଳ ରେଡ୍ଡୀ, ଶିବ ନାରାୟଣ ସୋନି,ପ୍ରଭାସ ଶ୍ରୀବାସ, ଟୁକୁ ମହାନ୍ତି, ପ୍ରଦୀପ ବେହେରା, ରୋହିତ ମିଶ୍ର, ଓମ କୁମାର କର, ସୁଦିପ ପରିଡା, ବିକି ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ